ମାଁ ଗଙ୍ଗାଦେବୀଙ୍କ ଚଇତ୍ରା ଯାତ୍ରା ସଂପନ୍ନ

କଳାହାଣ୍ଡି,୧୭/୪ : ମ.ରାମପୁର ଠାରେ ଏକ ଭକ୍ତିମୟ ପରିବେଶ ମଧ୍ୟରେ ମାଁ ଗଙ୍ଗାଦେବୀଙ୍କ ଚଇତ୍ରା ଯାତ୍ରା ସଂପନ୍ନ ହୋଇଯାଇଛି । ପ୍ରାଚୀନ ଧାରା ଅନୁକ୍ରମରେ କିଛି ଦିନ ପୂର୍ବରୁ ମାଁଙ୍କ ଘଟ ଏହି ଅଞ୍ଚଳର ବିଭିନ୍ନ ଗ୍ରାମ ପରିକ୍ରମା କରିବା ପରେ ମ.ରାମପୁର ସହରଠାରେ ଥିବା ମାଁ ଗଂଗାଦେବୀଙ୍କ ପୀଠରେ ଶହ ଶହ ଶ୍ରଦ୍ଧାଳୁଙ୍କ ଗହଣରେ ଯାତ୍ରା ସଂପନ୍ନ ହୋଇଛି । ଗୁପ୍ତ ବିଧିରେ ଦେବୀଙ୍କ ଆବାହନ ପରେ କାଳିସୀର ଦେହରେ ଦେବୀ ପ୍ରବେଶକରି ଭକ୍ତମାନଙ୍କ ହାରିଗୁହାରି ଶୁଣିଥିଲେ । ଆସ୍ଥା ଓ ବିଶ୍ବାସର ପ୍ରତିକ ଭାବେ ଗଙ୍ଗାଦେବୀ କଣ୍ଟା ଦୋଳିରେ ଝୁଳିଥାନ୍ତି । ପରେ କୁକୁଡ଼ା, ବୋଦା ଓ ପୋଢ ବଳୀରେ ରକ୍ତ ରଂଜିତ ହେଇଥିଲା ମାଁ ଙ୍କ ପୀଠ । ଏହି ଯାତ୍ରା ଦେଖିବା ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା ।

Omkar Vasthu
Omkar Vasthu

ଶାକ୍ତ ତନ୍ତ୍ର ଧାରାର ବୃହତ ଶ୍ରୋତ ‘ ଅଭିଚାର ତନ୍ତ୍ର ’ ର ଏକ ବଳିଷ୍ଠା ଦେବୀ ଗଙ୍ଗାଦେବୀ

ଏଠାରେ ସୂଚନାଯୋଗ୍ୟଯେ, ଶାକ୍ତ ତନ୍ତ୍ର ଧାରାର ଏକ ବୃହତ୍ ଶ୍ରୋତ ‘ ଅଭିଚାର ତନ୍ତ୍ର ’ କେଉଁ ଆବାହମାନ କାଳରୁ ବର୍ତ୍ତମାନ ସୁଦ୍ଧା କଳାହାଣ୍ଡିରେ ବଞ୍ଚି ରହିଛି । ଏହି ଧାରାର ପ୍ରମୂଖ ଦେବାଦେବୀ ବୁଢାରଜା, ବାବୁରା, ଡଙ୍ଗରବୁଡା, ବାରମୁନି, ଭୈରବ, କଲାପାର, ଡୁକରିବୁଡି, ଧରଣୀ, କାଲିସୁନ୍ଦରୀ, ଦୁଲା, ମାଏଲି, ଗବଡା, ଗବଢେନ, ବସ୍ତରେନ, ବଞ୍ଜାରୀ ଆଦିଙ୍କ ମଧ୍ୟରେ ଗଙ୍ଗାଦି ଏକ ବଳିଷ୍ଠା ଦେବତା । ପ୍ରାଚୀନ ମହାକାନ୍ତାର ସଭ୍ୟତାର ରାଜଧାନୀ ଅସୁରଗଡର ଦକ୍ଷିଣ ଦ୍ବାରର ଅଧିଷ୍ଠାତ୍ରୀ ଦେବୀ ଭାବେ ଏହି ଦେବତା ଆଜି ପର୍ଯ୍ୟନ୍ତ ପୂଜାପାଇ ଆସୁଛନ୍ତି । ଏହାସହ ପ୍ରାୟ ପ୍ରତ୍ୟେକ ଗ୍ରାମରେ ଗ୍ରାମଦେବୀ ଭାବେ ଉପାସିତା ହୋଇଥାନ୍ତି ଗଙ୍ଗାଦି । ଦେବୀ ବିଭିନ୍ନ ସ୍ଥାନରେ ଗଙ୍ଗାଦି, ଗଙ୍ଗାଦେଇ, ବୁଢିଗଙ୍ଗାଦୀ ନାମରେ ପୂଜିତ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ମ.ରାମପୁର ସହରରେ ଗଙ୍ଗାଦେବୀ ନାମରେ ପୂଜା ପାଉଛନ୍ତି । 

Pearl dental clinic
Near Ashish Medical Store, Bhawanipatna
ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in

ହ୍ଵାଟ୍ସଆପରେ ଲେଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇବା ପାଇଁ ତଳେ କ୍ଲିକ୍ କରନ୍ତୁ👇

Udyog Nursery
Udyogi Nursery

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.