ରାୟଗଡା ଜିଲ୍ଳା ମହାବିଦ୍ୟାଳୟ ସ୍ତରୀୟ ଚଇତି ପୁରସ୍କାର ବିତରଣ ଉତ୍ସବ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟ ପ୍ରାଙ୍ଗରରେ ଜିଲ୍ଳା ମହାବିଦ୍ୟାଳୟ ସ୍ତରୀୟ ‘ଚଇତି-୨୦୨୨’ପୁରସ୍କାର ବିତରଣ ଉତ୍ସବ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା.ପ୍ରଶନ୍ନ କୁମାର ଗନ୍ତାୟତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଜିଲ୍ଳାପାଳ ତଥା ମହାବିଦ୍ୟାଳୟ ଗର୍ଭର୍ଣ୍ଣିଂ ବଡି ସଭାପତି ସୋମନାଥ ପ୍ରଧାନ,ଉପଜିଲ୍ଳାପାଳ ଭୀମସେନ ଶବର ଓ ରାୟଗଡା ପୈାରାଧ୍ୟକ୍ଷ ପି.ମହେଶ ପଟ୍ଟନାୟକଙ୍କ ସମେତ ରାୟଗଡା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା ମହାବିଦ୍ୟାଳୟସ୍ତରୀୟ ଚଇତି-୨୦୨୨ର ଆବାହକ ଶ୍ରୀମତି ଅର୍ଚ୍ଚନା ପଟ୍ଟନାୟକ, ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟର ଅଧ୍ୟାପକ ତଥା ମହାବିଦ୍ୟାଳୟସ୍ତରୀୟ ଚଇତି-୨୦୨୨ର ଆବାହକ ଅରୁଣ କୁମାର ଖାଡଙ୍ଗା ଓ ମହାବିଦ୍ୟାଳୟସ୍ତରୀୟ ଚଇତି-୨୦୨୨ର ସଂଯୋଜକ ଏମ.ଶ୍ରୀନିବାସ ଆଚାରୀ ମଂଚାସୀନ ହୋଇଥିଲେ ।

ମୁଖ୍ୟ ଅତିଥି ତଥା ଅନ୍ୟ ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ଏବଂ ଛାତ୍ରଛାତ୍ରୀଙ୍କ ପ୍ରାରମ୍ଭିକ ସଂଗୀତରୁ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଅଧ୍ୟକ୍ଷା ଶ୍ରୀମତି ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଡା.ପ୍ରଶନ୍ନ କୁମାର ଗନ୍ତାୟତ ସ୍ୱାଗତ ଭାଷଣ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ସ୍ତରରେ ଗତ ୭ତାରିଖରେ ମହିଳା ମହାବିଦ୍ୟାଳୟରେ ଓ ୯ତାରିଖରେ ରାୟଗଡା ସ୍ୱଂୟଶାସିତ ମହାବିଦ୍ୟାଳୟରେ ରଙ୍ଗୋଲି, ରଚନା, ବକୃତା, ନୃତ୍ୟ, ସଂଗୀତ, ବାଦ୍ୟଯନ୍ତ୍ର ବାଦନ ଆଦି ଅନ୍ୟାନ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାଗୁଡିକର କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇ ସମ୍ମାନୀତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ଅରୁଣ କୁମାର ଖାଡଙ୍ଗା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଳାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

ଉକ୍ତ ଉତ୍ସବରେ ଜିଲ୍ଳା କଲେଜ ଚଇତି କମିଟିର ସଭ୍ୟ ସୂର୍ଯ୍ୟ ନାରାୟର ତ୍ରିପାଠୀ, ରାଜେଶ ପାଢୀ, ଦୟାନନ୍ଦ ଖାଡଙ୍ଗା, ଏବଂ ସରୋଜ ସାହୁ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ସମସ୍ତ ପରିଚାଳନା କମିଟି ସଦସ୍ୟ,ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ.ଅଧ୍ୟାପକ ଏବଂ କର୍ମଚାରୀ ଉପସ୍ଥିତ ରହିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀି ତଥା ବିଭିନ୍ନ କଲେଜରୁ ଆସିଥିବା ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ । କାର୍ଯ୍ୟକ୍ରମଟିକୁ ସୂଚାରୁ ରୂପେ ତୁଲାଇବାରେ ଅର୍ଥନୀତି ବିଭାଗର ମୁଖ୍ୟ ଡା.ବବିଲତା ସରାଫ, ଡା.ସରସ୍ୱତୀ ରାୟ, ଡା.ପ୍ରଦୀପ କୁମାର ସାମନ୍ତରାୟ, ଉଦୟ ନାୟକ, ଶ୍ରୀମତି ଭୁବନେଶ୍ୱରୀ ପାତ୍ର ଓ ଶ୍ରୀମତି ରାଜଲକ୍ଷୀ ଦେବୀ ପ୍ରମୁଖ ସହାୟତା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.