ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ସରସ୍ବତୀ ଶିଶୁମନ୍ଦୀର ଠାରେ ବିଶ୍ବବିଜୟୀ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଶିଶୁ ମନ୍ଦିର ପ୍ରଧାନଚାର୍ଯ୍ୟ ଶାନ୍ତନୁ ମିଶ୍ର ନେତୃତ୍ବରେ ଡୁକେରମାଲ ଠାରୁ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶିଶୁଙ୍କ ଦ୍ବାରା ଶୋଭାଯାତ୍ରା କରାଯାଇଥିଲା । ଶିଶୁ ଭାଇଭଉଣୀଙ୍କ ଦ୍ବାରା ସ୍ବାମୀବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ବକୃକ୍ତା ଓ ପ୍ରବନ୍ଧ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପ୍ରତିଭାଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନର ସମସ୍ତ ଗୁରୁଜୀଗୁରୁମା ସହଯୋଗ କରିଥିଲେ। ଶୋଭାଯାତ୍ରାରେ ୩୫୦ ଶିଶୁ ଏବଂ ୨୨ ଜଣ ଗୁରୁଜୀଗୁରୁମା ଯୋଗଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.