ପଥଉତ୍ସବରେ କଳାହାଣ୍ଡି ଜିଲ୍ଲା ଯୁବ ରେଡକ୍ରସର ଯୋଗଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ଉପଲକ୍ଷେ ଆୟୋଜିତ ହୋଇଥିବା ପଥଉତ୍ସବରେ କଳାହାଣ୍ଡି ଜିଲ୍ଲା ଯୁବରେଡକ୍ରସ ଯୋଗଦେଇ ପ୍ରାଥମିକ ଚିକିତ୍ସା ଓ ବିପର୍ଯ୍ୟୟ ପରିଚାଳନା ଉପରେ ପଥଚାରୀମାନଙ୍କୁ ସଚେତନ କରିଛି। ଭବାନୀପାଟଣା ଜେଲ ଛକ ଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାସ୍ତାରେ ଅନୁଷ୍ଠିତ ରାହାଗିରିରେ ଦୁର୍ଘଟଣା ଘଟିବା ପରେ ପରିଚାଳନା, ହୃତପିଣ୍ଡ ଓ ଫୁସଫୁସର ପୁନଃ କାର୍ଯ୍ୟକ୍ଷମ ହେବା, ମୂର୍ଚ୍ଛା, ଖାଦ୍ୟପଦାର୍ଥ ଖାଦ୍ୟନଳୀରେ ଅଟକି ଯିବା, ହାତଗୋଡ ଭାଂଗିବା, ରକ୍ତସ୍ରାବ ହେବା ସମୟରେ କ’ଣ ସବୁ ପ୍ରାଥମିକ ପଦକ୍ଷେପ ନିଆଯିବ ସେନେଇ ପ୍ରଦର୍ଶିତ ହୋଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହାବ୍ୟତୀତ  ଦୁର୍ଘଟଣାଗସ୍ତ ବ୍ୟକ୍ତିକୁ ପାଣି ପିଇବା ପାଇଁ ନଦେବା, ଆମ୍ବୁଲାନ୍ସକୁ ଫୋନ କରିବା ଉପରେ ସଚେତନ କରିବା ସହ ଗ୍ୟାସ ସିଲିଣ୍ଡର ନିଆଁ, ସାଧାରଣ ନିଆଁ ଲାଗିଲେ ଉପାୟ, ବିଜୁଳି ଘଡଘଡି ସମୟରେ କେଉଁ ପଦକ୍ଷେପ ନେବେ ସାଧାରଣ ଲୋକମାନଙ୍କୁ ବୁଝାଇ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସ ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡା, ଯୁବରେଡକ୍ରସ ପରାମର୍ଶଦାତା ସୁବ୍ରତ କୁମାର ବେହେରା, ସଂଜୟ କୁମାର ପୁରୋହିତ, ନୃସିଂହାନନ୍ଦ ସାସମଲ, ସୁଧିର କୁମାର ପଣ୍ଡା, ରଜନୀକାନ୍ତ ଜେନା, ଶଙ୍କର ଦଲେଇ, ବିଶ୍ବ ରଂଜନ ବେହେରା, ମୋହନ ଚରଣ ବିଷିଙ୍କ ସମେତ କଳାହାଣ୍ଡି ବିଶ୍ବବିଦ୍ୟାଳୟ ଓ ସରକାରୀ ମହିଳା ମହାବିଦ୍ୟାଳୟର ସ୍ବେଚ୍ଛାସେବୀ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ପ୍ରଶଂସା କରିବା ସହ ସ୍ବେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.