ଜୟପାଟଣା ବ୍ଲକ ଗାଁ ସାଥି ମେଟ୍ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଗାଁ ସାଥି/ମେଟ୍ ମିଳିତ କ୍ରିୟାନୁଷ୍ଠାନ କମିଟିର ବୈଠକ ଛିନକା ଗୁଡା ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ବ୍ଲକ ସଭାନେତ୍ରୀ କାର୍ତ୍ତିକା ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଗାଁ ସାଥି ମେଟ୍ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ଭଗବାନ ବିହାରୀ, ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ସାଧାରଣ ସମ୍ପାଦକ ତରୁଣ ନାଏକ, ଭବାନୀପାଟଣା ବ୍ଳକ କ୍ରିୟାନୁଷ୍ଠାନ କମିଟି ସଭାପତି ପ୍ରକାଶ ବୁଧିଆ, ଧର୍ମଗଡ଼ ବ୍ଳକ ସଭାପତି ରତନ ବାଗ, ରାଜ୍ୟ ସ୍ତରୀୟ ମିଳିତ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ସରୋଜ ରଣା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।  ପାଞ୍ଚ ଦଫା ସମ୍ବଳିତ ଦାବିପତ୍ର ଜୟପାଟଣା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ନିଗ୍ଧା ରାଣୀ ପ୍ରଧାନ ଉଦେଶ୍ୟରେ ପ୍ରଦାନ କରିବା ପାଇଁ ଏହି ବୈଠକରେ ସର୍ବସମ୍ମତିକ୍ରମେ ଅନୁମୋଦନ କରାଯାଇଥିଲା।

ଏହି ପାଞ୍ଚ ଦଫା ଦାବିପତ୍ର ମଧ୍ୟରେ ଶ୍ରମିକ ମାନଙ୍କର ମାଷ୍ଟର ରୁଲ ସହିତ ଗାଁ ସାଥି ମେଟ୍ ମାନଙ୍କର ଇ-ମାଷ୍ଟର ରୁଲ ବାହାର କରିବା ସହ ଏଫ୍ ଟି ଓ କରାଯାଉ, ଗାଁ ସାଥି ମେଟ୍ ମାନଙ୍କୁ ଓଡିଶା ସରକାରଙ୍କ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ପତ୍ର ସଂଖ୍ୟା ୧୫୫୩୪ ଅନୁଯାୟୀ ବିନା କାରଣଦର୍ଶାଅ ନୋଟିସ ଗାଁ ସାଥି ମେଟ୍ ନ ଦେବା ପର୍ଯ୍ୟନ୍ତ କୈାଣସି ପଦକ୍ଷେପ ନିଆଯାଇ ପାରିବେ ନାହିଁ। ଗତ ତା ୨୧/୧୦/୨୦୨୨ ରିଖ ରେ ଦେଇଥିବା ଦରଖାସ୍ତର ବିଚାରକୁ ନିଆଯାଇ ଗ୍ରାମ ପଞ୍ଚାୟତ ମାନଙ୍କରେ ଚାଲିଥିବା କମ୍ୟୁନିଟି ପ୍ରକଳ୍ପରେ ଗାଁ ସାଥି ମେଟ୍ ମାନଙ୍କୁ ବଞ୍ଚିତ କରାଯାଇ କିପରି କାର୍ଯ୍ୟକାରୀ କରାଯାଉଛି ଏହି ସମସ୍ୟାର ସମାଧାନ ତୁରନ୍ତ କରାଯାଉ। ଓଡିଶା ସରକାରଙ୍କ ପତ୍ର ସଂଖ୍ୟା ୨୬୦୨୦ ତା ୩୦/୧୨/୨୦୨୨ଏନ୍ ଏମ୍ ଏସ୍ କରିବା ପାଇଁ ଗାଁ ସାଥି ମାନଙ୍କୁ ପ୍ରାଧାନ୍ୟ ଦେବା ସହିତ ପତ୍ର ସଂଖ୍ୟା ୨୩୭୯୬ ତା ୦୬/୧୨/୨୦୨୨ ରିଖ ଅନୁଯାୟୀ ସମସ୍ତ ଗାଁ ସାଥି ମାନଙ୍କୁ ଏନ୍ ଏମ୍ ଏସ୍ ବିଷୟ ରେ ରିଫ୍ରେସମେଣ୍ଟ ତାଳିମ ଚିଠି କାର୍ଯକାରୀ କରିବା ସହିତ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟରେ ଚାଲିଥିବା କାର୍ଯ୍ୟରେ ଗାଁ ସାଥି ମାନଙ୍କୁ ଅଣଦେଖା କରାଯାଇ ତାଙ୍କ ବିଭାଗରେ କାର୍ଯ୍ୟରତ କର୍ମଚାରୀ ମାନଙ୍କ ଦ୍ଵାରା ଏନ୍ ଏମ୍ ଏସ୍ କରୁଥିବା ରୁ ଏହା ର ଦୃଷ୍ଟି ଆକର୍ଷଣ କରାଯାବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ବୈଠକରେ ୨୨ ଗୋଟି ଗ୍ରାମ ପଞ୍ଚାୟତର ଗାଁ ସାଥି ମେଟ୍ ଉପସ୍ଥିତ ରହିଥିବା ବେଳେ ଜୟପାଟଣା ବ୍ଳକ ଗାଁ ସାଥି ମେଟ୍ ମିଳିତ କ୍ରିୟାନୁଷ୍ଠାନ କମିଟିର ସାଧାରଣ ସମ୍ପାଦକ ଖଗପତି ନାଏକ ସଭା ପରିଚାଳନା କରିଥିଲେ। ତୁଳସୀ ରାମ ଭକ୍ତ, କୁଞ୍ଜବିହାରୀ କରକରା ଓ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.