ହେତୁବାଦୀ ସଂଗଠନ କଳାହାଣ୍ଡି ଜିଲ୍ଲା ଶାଖାର ବନ୍ଧୁମିଳନ ଓ ଆଲୋଚନା ଚକ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ଅନ୍ତର୍ଗତ ବୁଢୀପଦର ଠାରେ କଳାହାଣ୍ଡି ଜିଲ୍ଲା ହେତୁବାଦୀ ସଂଗଠନ ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର, ଅନ୍ଧବିଶ୍ୱାସ ବିରୋଧରେ ଲେଖନୀ ଚାଳନା କରୁଥିବା ଲେଖକ ବାଲ୍ମିକୀ ନାୟକ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ମମତା ନାୟକ, ଭାଲଚନ୍ଦ୍ର ଷଡ଼ଙ୍ଗୀ, ଆଦିବାସୀ ଅଧିକାର ପାଇଁ କାର୍ଯ୍ୟରତ ସମାଜସେବୀ ଲିଙ୍ଗରାଜ ଆଜାଦ୍ ଓ ସଂଗଠନର ସଭାପତି ରାଜକିଶୋର ଦୁଲାରୀ ପ୍ରମୂଖ ମଞ୍ଚାସୀନ ହୋଇଥିଲେ। ଅତିଥିମାନେ “ମାନବିକ ଅଧିକାର ଓ ସାମ୍ବିଧାନିକ ନ୍ୟାୟ” ସମ୍ପର୍କରେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମରେ କୃଷକ ନେତା ସୁରେଶ ସଂଗ୍ରାମ, ସଂଗ୍ରାମୀ ସତ୍ୟ ମାହାର, କମ୍ୟୁନିଷ୍ଟ ନେତା ଦାମୋଦର ବେହେରା, ଭୀମ ଆର୍ମୀ ଜିଲ୍ଲାଧ୍ୟକ୍ଷ ରଜନୀକାନ୍ତ ସମର୍ଲିଆ, ଏଓଏସସିଏଫ୍ କଲମପୁର ବ୍ଲକ ସଭାପତି ମାଧବ ସୁନାନୀ ଓ ଆଖପାଖ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.