ପୋଖରୀବନ୍ଧ ସାହୁ କ୍ରସର ନିକଟରେ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ପୋଖରୀବନ୍ଧ ସାହୁ କ୍ରସର ନିକଟରେ ଜଣେ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି ପୁଲିସ । ମୃତ ଯୁବକ ଜଣକ ନୂତନ ବାତେଲିମା ଗାଁର ମକୁନ୍ଦ ମାଝୀ ଏବଂ ସେ ସାହୁ କ୍ରସରରେ ନିୟୋଜିତ ଏକ ହାଇୱା ଗାଡ଼ିର ଡ୍ରାଇଭର ଥିଲେ ବୋଲି ସୂଚନା ମିଳିଛି । ତାଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଥିବାରୁ ମକୁନ୍ଦଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ବର୍ତ୍ତମାନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଥେଦ ପାଇଁ ତଦନ୍ତ ଜାରି ରଖିଛି । ଭବାନୀପାଟଣାରୁ ସାଇଣ୍ଟିଫିକ୍ ଟିମ୍ ଅଫିସର ଲକ୍ଷ୍ମୀଧର ନାୟକ ଓ ବୀରବନ୍ଧୁ ସାହୁ ଘଟଣାସ୍ଥଳ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରିଛନ୍ତି । ଏନେଇ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବିଶ୍ୱନାଥପୁର ଥାନା କେସ୍ ନଂ ୦୧/୨୩ରେ ରୁଜୁ କରି ବିଶ୍ୱନାଥପୁର ଥାନାଧିକାରୀ ରୁନୁ କୁମାରୀ ମାଝୀ ଘଟଣାର ତଦନ୍ତ କରୁଛନ୍ତି । ଅପରପକ୍ଷରେ ପରିବାର ଲୋକେ ମକୁନ୍ଦଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।ଏପରିକି ଘଟଣା ଘଟିବା ପରେ ସାହୁ କ୍ରସରର ମାଲିକ ଓ ତାଙ୍କ ପରିବାର କୁଆଡ଼େ ଫେରାର ହୋଇଯାଇଥିବାରୁ ଏ ସନ୍ଦେହ ଆହୁରି ବଳବତ୍ତର ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.