ଦେଶରେ ୮୭% ମନ୍ତ୍ରୀ କୋଟପତି, କର୍ଣ୍ଣାଟକର ମନ୍ତ୍ରୀ ସବୁଠାରୁ ଧନୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦେଶରେ ଅନକେ ଗରିବ ଅଛନ୍ତି ଏକଥା ସତ। ଅନ୍ୟପକ୍ଷେ କୋଟିପତିଙ୍କର ବି ଅଭାବ ନାହିଁ। ଆମ ଦେଶରେ ସବୁ ମନ୍ତ୍ରୀ କୋଟିପତି। ଦେଶର ୮୭ ପ୍ରତିଶତ ମନ୍ତ୍ରୀ କୋଟିପତି। ୨୮ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ମୋଟ ୫୫୮ ମନ୍ତ୍ରୀଙ୍କ ମଧ୍ୟରୁ ୫୮୬ ଜଣ ମନ୍ତ୍ରୀ କୋଟିପତି। ମନ୍ତ୍ରୀଙ୍କ ସତ୍ୟପାଠ ଆକଳନରୁ ଏପରି ତଥ୍ୟ ସାମ୍ନାକୁ ଆସିଛି। ଏହି ମନ୍ତ୍ରୀମାନଙ୍କ ମଧ୍ୟରୁ ୨୩୯ ଅର୍ଥାତ ୪୩ ପ୍ରତିଶତ ମନ୍ତ୍ରୀଙ୍କ ନାମରେ ରହିଛି ଅପରାଧିକ ମାମଲା। ୫୫୮ ଜଣ ମନ୍ତ୍ରୀଙ୍କ ସତ୍ୟପାଠ ତାଲିକା ଅନୁଯାୟୀ, ସେମାନଙ୍କ ପାଖରେ ଥିବା ହାରାହାରି ସମ୍ପତ୍ତିର ମୂଲ୍ୟ ୧୬.୬୩ କୋଟି। ଅନ୍ୟପକ୍ଷେ ଅପରାଧିକ ମାମଲା ଘୋଷଣା କରିଥିବା ମନ୍ତ୍ରୀଙ୍କ ପାଖରେ ଥିବା ହାରାହାରି ସମ୍ପତ୍ତିର ମୂଲ୍ୟ ୨୧.୨୧ କୋଟିଏବଂ ଅପରାଧିକ ମାମଲା ନ ଥିବା ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୧୩. ୨୦ କୋଟି ଟଙ୍କା। କର୍ଣ୍ଣାଟକ ୨୭ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତର ମୂଲ୍ୟ ୭୩.୦୯ କୋଟି ଥିବାବେଳେ ମହାରାଷ୍ଟ୍ରର ୨୦ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ମୂଲ୍ୟ ୪୭.୪୫ କୋଟି ଟଙ୍କା। ଛତିଶଗଡ୧୩ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତିର ୪୩.୯୬ ରହିଛି। ତେବେ ତ୍ରିପୁରାର ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ସବୁଠାରୁ କମ। ତ୍ରିପୁରାର ୧୧ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତିମୂଲ୍ୟ ୨.୬୭ କୋଟି। ସେହିପରି ଅରୁଣାଚଳପ୍ରଦେଶ, ଛତିଶଗଡ, ଗୋଆ, ହରିଆଣା, ହିମାଚଳପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ, ମଣିପୁର, ପୁଡୁୁଚେରୀ, ତେଲେଙ୍ଗାନା, ଉତ୍ତରାଖଣ୍ଡର ସମସ୍ତ ମନ୍ତ୍ରୀ କୋଟିପତି। ଅନ୍ୟପକ୍ଷେ ଏଡିଆର ବା ଆସୋସିଏସନ ଫର ଡିମୋକ୍ରାଟିକ ରିଫର୍ମସ ରିପୋର୍ଟ ଅନୁଯାୟୀ, ତାମିଲନାଡୁର ୩୩ ମନ୍ତ୍ରୀଙ୍କ ମଧ୍ୟରୁ ୨୮ ଜଣ, ହିମାଚଳ ପ୍ରଦେଶର ୯ ମନ୍ତ୍ରୀଙ୍କ ମଧ୍ୟରୁ ୭ ଜଣ, ତେଲେଙ୍ଗାନାର ୧୭ ମନ୍ତ୍ରୀଙ୍କ ମଧ୍ୟରୁ ୧୩ ଜଣ, ମହାରାଷ୍ଟ୍ରର ୨୦ ମନ୍ତ୍ରୀଙ୍କ ମଧ୍ୟରୁ ୧୫ ଜଣ, ପଞ୍ଜାବର ୧୫ ମନ୍ତ୍ରୀଙ୍କ ମଧ୍ୟରୁ ୧୧ ଜଣ,ବିହାରର ୩୦ ମନ୍ତ୍ରୀଙ୍କ ମଧ୍ୟରୁ ୨୧ ଜଣଙ୍କ ନାମରେ ରହିଛି ଅପରାଧିକ ମାମଲା। ମହାରାଷ୍ଟରେ ସର୍ବାଧିକ ମନ୍ତ୍ରୀଙ୍କ ନାମରେ ରହିଛି ଗୁରୁତର ଅପରାଧିକ ମାମଲା। ୨୦ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୧୩ ଜଣଙ୍କ ବିରୋଧରେ ଅତି ଗୁରୁତର ମାମଲା ଥିବା ଜଣାଯାଇଛି। ସେହିପରି ଝାଡଖଣ୍ଡର ୧୧ ମନ୍ତ୍ରୀଙ୍କ ମଧ୍ୟରୁ ୭, ତେଲେଙ୍ଗାନାର ୧୭ ମନ୍ତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କ ବିରୋଧରେ ରହିଛି ଅତି ଗୁରୁତର ମାମଲା।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.