ଉଦ୍ଗାଟିତ ହେଲା ଏନସିସି ଟି-୧୫ ଜିଲ୍ଲା ସ୍ତରୀୟ କ୍ରୀକେଟ ଟୁର୍ଣ୍ଣାମେଣ୍ଟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଉଦ୍ଗାଟିତ ହୋଇଯାଇଛି ଟି-୧୫ ଜିଲ୍ଲା ସ୍ତରୀୟ କ୍ରୀକେଟ ଟୁର୍ଣ୍ଣାମେଣ୍ଟ । ନର୍ଲା କ୍ରୀକେଟ କ୍ଲବ ଆନୁକୂଲ୍ୟରେ ପରିଚାଲିତ ଏହି ଟୁର୍ଣ୍ଣାମେଣ୍ଟ ର ଉଦ୍ଗାଟନୀ ଉତ୍ସବରେ ନର୍ଲା ସରପଞ୍ଚ ତନୁଜା ହରପାଲ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଆନୁଷ୍ଠାନିକ ଭାବରେ ଫିତାକାଟି ଟୁର୍ଣ୍ଣାମେଣ୍ଟଟିକୁ ଉଦ୍ଘାଟନ କରିଥିଲେ । ଏଥିରେ ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ କଂଗ୍ରେସ୍ କମିଟିର ସଭାପତି ଯୁବ ନେତା ସମୀର ଚାନ୍ଦ ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉଦ୍ଘାଟନୀ ମ୍ୟାଚ୍ ନର୍ଲା ଇଗଲ ଏକ୍ସଆଇ ଓ ଭବାନୀପାଟଣା ପ୍ରକାଶ ଏକ୍ସଆଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ଫେବୃୟାରୀ ୩ ରୁ ଆରମ୍ଭ ହୋଇ ୧୨ ଫେବୃୟାରୀରେ ଏହାର ଫାଇନାଲ ଖେଳ ଅନୁଷ୍ଠିତ ହେବ । ଏଥିରେ ଜିଲ୍ଲାର ୧୬ ଗୋଟି ଟିମ୍ ଅଂଶ ଗ୍ରହଣ କରିଥିବା ଜଣାପଡିଛି । ଆଜିର ଉଦ୍ଘାଟନୀ ମ୍ୟାଚକୁ ଅମ୍ପାୟର ଭାବରେ ପ୍ରଭୋବ ଚାନ୍ଦ ଓ ମିଲୁ ସେଠୀ ପରିଚାଳନା କରିଥିବା ବେଲେ ଆୟୋଜକ ନର୍ଲା କ୍ରୀକେଟ କ୍ଲବର ବରିଷ୍ଠ ସଦସ୍ୟ ଦୀପୁ ପାତ୍ର ଧାରା ବିବରଣୀ ପ୍ରଦାନ କରିଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.