ନର୍ଲାରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ସମାରୋହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ରେତ ଜଳ ସେଚନ ଅଫିସ ପରିସରରେ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ସମାରୋହ ପାଳିତ ହୋଇଯାଇଛି। ନର୍ଲା ଏସି ସୂର୍ଯ୍ୟ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଷ୍ପେନ୍ଦ୍ର ସିଂଦେଓ ଯୋଗଦାନ କରି ନର୍ଲା ଭଳି ଏକ ଅଣ ଜଳସେଚିତ ଅଞ୍ଚଳରେ ରେତ ଜଳ ସେଚନ ପ୍ରକଳ୍ପ ଆଶାର ଫଲ୍ଗୁଧାରା ପାଲଟିଛି। ପାଣି ପଞ୍ଚାୟତ କର୍ମକର୍ତ୍ତା ମାନେ ଉତ୍ତମ ଭାବରେ ଜଳର ସୁପରିଚାଳନା କରିବା ବିଧେୟ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ଏଥିରେ ସ୍ୱତନ୍ତ୍ର ଅତିଥି ଭାବରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ସହକାରୀ କୃଷି ଅଧିକାରୀ, ନର୍ଲା ଏପେକ୍ସ ସଭାପତି ଚନ୍ଦ୍ରକାନ୍ତୀ ମେହେର, ଭବାନୀପାଟଣା ଏସି ଗିରିଜା ସାହୁ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସମ୍ପଦ ରାଉତ, ଏସଡିଓ ପ୍ରଶାନ୍ତ ପଣ୍ଡା, ନରେନ୍ଦ୍ର ଛତ୍ରୀଆ, କନିଷ୍ଠ ଯନ୍ତ୍ରୀ ରେଙ୍ଗୁ ନାଏକ, ପ୍ରଜ୍ଞା ପରିମିତା ପଲେଇ ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ।

ଏଠାରେ ପ୍ରକାଶ ଯୋଗ୍ୟ ଯେ ରେତ ଜଳ ସେଚନ ପ୍ରକଳ୍ପର ବାମ ଓ ଡାହାଣ କେନାଲ ଦୁଇଗୋଟିରେ ଭବାନୀପାଟଣା ବ୍ଲକ ଓ ନର୍ଲା ବ୍ଲକର ଚାଷ ଜମିକୁ ଜଳ ଯୋଗାଣ ହେଉଥିବା ବେଳେ ନର୍ଲା ବ୍ଲକର ୩,୫୦୦ ହେକ୍ଟର ଓ ଭବାନୀପାଟଣା ବ୍ଲକ୍ ର ୫,୦୦୦ ହେକ୍ଟର ଚାଷ ଜମିକୁ ପାଣି ଲାଗୁଛି। ନର୍ଲା ଏକ ଅଣ ଜଳସେଚିତ ଅଞ୍ଚଳ ହୋଇଥିବା ବେଳେ ନର୍ଲା ବ୍ଲକ ଅଧିନସ୍ଥ ବଡଧାରପୁର ଗ୍ରାମ ପଞ୍ଚାୟତରେ ରହିଛି ରେତ ଜଳସେଚନ ପ୍ରକଳ୍ପ। ଚଳିତ ବର୍ଷ ପ୍ରଥମ କରି ରେତ ଜଳସେଚନ ପ୍ରକଳ୍ପର ପାଣି ନର୍ଲା ଓ ଭବାନୀପାଟଣା ଅଞ୍ଚଳର ଚାଷ ଜମିକୁ ଲାଗିବା ସହିତ ଚାଷ ମଧ୍ୟ ହେଉଛି। ପ୍ରଥମ କରି ଉପରୋକ୍ତ ଦୁଇଗୋଟି ଅଞ୍ଚଳର ଚାଷୀ ଡାଳୁଅ ଧାନ ଆରମ୍ଭ କରିଛନ୍ତି। ନର୍ଲା ଅଞ୍ଚଳର ବଡଧାରପୁର, ଶାନ୍ତପୁର, ନିଶାଣପୁର, ଗାଡେବନ୍ଧ ଓ ଉଲିକୁପା ଗ୍ରାମ ପଞ୍ଚାୟତ ଅଞ୍ଚଳର ଚାଷ ଜମି ଗୁଡିକୁ ଏହି ପ୍ରକଳ୍ପର ପାଣି ଲାଗୁଛି। ଏହି ଅଞ୍ଚଳର ଚାଷୀଙ୍କୁ ନେଇ ଗଠିତ ହୋଇଛି ୮୩ ଗୋଟି ପାଣି ପଞ୍ଚାୟତ। ଓ ୮୩ ଗୋଟି ପାଣି ପଞ୍ଚାୟତକୁ ନେଇ ଗଠତ ହୋଇଛି ଏପେକ୍ସ। ବିଭାଗ ତରଫରୁ ପ୍ରକଳ୍ପର ପାଣି ଛଡାଗଲେ କେନାଲର ଶେଷ ମୁଣ୍ଡରେ ରହିଥିବା ଜମି ଗୁଡିକୁ ପ୍ରଥମେ ପାଣି ଲାଗିବ ଓ ପରେ ଆରମ୍ଭ ମୁଣ୍ଡର ଜମି ଗୁଡିକୁ ପାଣି ଲାଗିବାର ପ୍ରାବଧାନ ରହିଛି। ଏଣୁ ଜଳ ସୁପରିଚାଳନା ନିମନ୍ତେ ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ତରଫରୁ ସାରା ରାଜ୍ୟରେ ପାଳିତ ହେଉଛି ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ। ଏହି କ୍ରମରେ ନର୍ଲା ବିଭାଜନରେ ମଧ୍ୟ ପାଳିତ ହୋଇଯାଇଛି ପାଣି ପଞ୍ଚାୟତ ପକ୍ଷ। ଏଥିରେ ୮୩ ଗୋଟି ପାଣି ପଞ୍ଚାୟତର ସଭାପତି ଓ ସଦସ୍ୟ ସଦସ୍ୟା ମାନେ ଯୋଗଦାନ କରିଥିଲେ। ଅନ୍ୟ ବରିଷ୍ଠ ଚାଷୀ ମାନଙ୍କ ମଧ୍ୟରେ ଟଙ୍କଧର ମେହେର(ହାକିମ), ହରେରାମ ନାଏକ, ହେମନ୍ତ ସାହୁ, ମାଧବ ନାଏକ, ରୋମାଞ୍ଚଲ ମଙ୍ଗରାଜ, ମନୋଜ ପଧାନ, ବିଜୟ ଦୋରା, ରଞ୍ଜିତ ସାହୁ, ରାଜୀବ ମାଝୀ, ଅରୁଣ ସା, ଠାକୁର ଜାଲ ପ୍ରମୁଖ ଉପସ୍ଥିତ ରହି ସକ୍ରୀୟ ଅଂଶ ଗ୍ରହଣ କରିଥିଲେ। ଏଥିରେ କୃଷି ବିଭାଗ, ମତ୍ସ୍ୟ ବିଭାଗ, ଉଦ୍ୟାନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.