ଆସନ୍ତା ନିର୍ବାଚନ ମୋର ଶେଷ ନିର୍ବାଚନ ହେବ; କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା

ଓଡ଼ିଆ ବାର୍ତ୍ତା/ ବେଙ୍ଗାଲୁରୁ: ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନ ମୋର ଶେଷ ନିର୍ବାଚନ ହେବ। ମୁଁ ଆଉ ନିର୍ବାଚନ ଲଢ଼ିବି ନାହିଁ। କର୍ଣ୍ଣାଟକର ବିଦର ସହରରେ ଲୋକଙ୍କୁ ସମ୍ବୋଧନ କରି ଆଗୁଆ ଅବସର ଘୋଷଣା କରିଛନ୍ତି କଂଗ୍ରେସ ବରିଷ୍ଠ ନେତା ସିଦ୍ଧରମୟା। ତେବେ ସେ ନିଜେ ନିର୍ବାଚନ ନ ଲଢ଼ିଲେ ବି ରାଜନୀତିରେ ସକ୍ରିୟ ରହିବେ। ଦଳ ପାଇଁ କାମ କରିବେ ବୋଲି ସିଦ୍ଧରମୟା ଘୋଷଣା କରିଛନ୍ତି। କର୍ଣ୍ଣାଟକ ବିଧାନସଭାରେ ବିରୋଧୀ ଦଳର ନେତା ଥିବା ସିଦ୍ଧରମୟା ବିଦର ଲୋକଙ୍କୁ ସମ୍ବୋଧନ କଲା ବେଳେ ଇମୋସନାଲ୍ କାର୍ଡ ଖେଳିଛନ୍ତି। ସେ କହିଛନ୍ତି ଯେ ମୁଁ ନିର୍ବାଚନ ନ ଲଢ଼ିଲେ ବି ଆପଣମାନଙ୍କୁ ସମର୍ଥନ କରିବି। ସେ ଆହୁରି କହିଛନ୍ତି ଯେ କର୍ଣ୍ଣାଟକ ଜନତାଙ୍କ ଆଶୀର୍ବାଦରୁ ମୋତେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳିଲା। ୨୦୧୩-୨୦୧୮ ମଧ୍ୟରେ ୫ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହୋଇଛି। ଦେବରାଜ ଉର୍ସଙ୍କ ପରେ ରାଜ୍ୟରେ ୫ ବର୍ଷ ପାଇଁ ପୂର୍ଣ୍ଣକଳୀନ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇଥିଲା ବୋଲି ସିଦ୍ଧରମୟା କହିଛନ୍ତି। ଏହା ପୂର୍ବରୁ ସିଦ୍ଧରମୟା ଏକ ଜନସଭାରେ ଲୋକଙ୍କୁ ସମ୍ବୋଧନ କରି ଆଗୁଆ ସନ୍ନ୍ୟାସ ନେବାର ଘୋଷଣା କରିଥିଲେ। ନିର୍ବାଚନ ଜିତିବା ପରେ କଂଗ୍ରେସ ଦେଇଥିବା ପ୍ରତିଶ୍ରୁତି ପୂରଣ ନ କରିପାରିଲେ ମୁଁ ରାଜନୀତିରୁ ସନ୍ନ୍ୟାସ ନେବି ବୋଲି ସିଦ୍ଧରମୟା ଘୋଷଣା କରିଥିଲେ । କଂଗ୍ରେସ ପ୍ରଜା ଧ୍ୱନୀ ଯାତ୍ରା ସମୟରେ ଲୋକଙ୍କୁ ସମ୍ବୋଧନ କରି ସିଦ୍ଧରମୟା କହିଥିଲେ ଯେ ଆମେ କ୍ଷମତାକୁ ଆସିଲେ ୧୦ କେଜି ଚାଉଳ ଦେବୁ। ତା ସହିତ ନାରୀ ନେତୃତ୍ୱାଧୀନ ପରିବାରକୁ ୨୦୦ ୟୁନିଟ୍ ମାଗଣା ବିଜୁଳି ଓ ୨୦୦୦ ଟଙ୍କା ଭତ୍ତା ଦେବୁ। ଯଦି କଂଗ୍ରେସ ପ୍ରତିଶ୍ରୁତି ପୂରଣ ନ କରେ ତେବେ ସନ୍ନ୍ୟାସ ନେଇ ଘରକୁ ପଳେଇବି ବୋଲି ସିଦ୍ଧରମୟା କହିଥିଲେ। ସୂଚନା ଥାଉକି, କର୍ଣ୍ଣାଟକ ବିଧାନସଭା କାର୍ଯ୍ୟକାଳ ଚଳିତ ବର୍ଷ ମେ ୨୪ ତାରିଖରେ ଶେଷ ହେଉଛି। ପରବର୍ତ୍ତନି ନିର୍ବାଚ ମେ ମାସରେ ହିଁ ହେବ। ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଏଥର କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.