ପୋଲିସର ଢିଲା ପେଟ୍ରୋଲିଂ ବ୍ୟବସ୍ଥା ଭିତରେ ସହରରେ ବଢି ଚାଲିଛି ଚୋରି ଉପରେ ଚୋରି

ପୁଣି ରିଙ୍ଗରୋଡରେ ଆଉ ଏକ ଚୋରି, ପୋଲିସ ଉପରୁ ସହରବାସୀଙ୍କ ଉଠୁଛି ଭରସା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଥାନା ପୋଲିସର ଢିଲା ପେଟ୍ରୋଲିଂ ବ୍ୟବସ୍ଥାକୁ ଖୋଲାଖୋଲି ଚାଲେଂଜ କରି ଦୁର୍ବୁତଙ୍କ ଦ୍ୱାରା ସହରରେ ବଢି ଚାଲିଛି ଚୋରି ଉପରେ ଚୋରି । ଅନେକ ଚୋରି ମାମଲାରୁ ପୋଲିସ ଗୋଟିଏ ମାମଲାରେ ସଫଳ ହେଉଥିବା ବେଳେ ପୁଣି ଦୁର୍ବୁତଙ୍କ ଦ୍ୱାରା ଆଉ ଏକ ଚୋରି ମାମଲା ସାମ୍ନ୍‌ାକୁ ଆସୁଛି । ଏପରିକି ସହରରେ ଏବେ ଚର୍ଚ୍ଚା ଚାଲିଛି ଯେ,ଘରେ ତାଲା ପକାଇ ବାହାରକୁ ଗଲେ ସାବଧାନ ରୁହ ନଚେତ୍ କଳାକନା ବୁଲାଇ ଦେବେ ଦୁର୍ବୁତ । ରାୟଗଡା ଥାନା ପୋଲିସର ପଦକ୍ଷେପ ତଥା ସୁରକ୍ଷା ଦେବାର ପ୍ରତିଶୃତିକୁ ନେଇ ବିଶ୍ୱାସ ହରାଉଛନ୍ତି ସହରବାସୀ । ଆଜି ପୁଣି ରିଙ୍ଗରୋଡରେ ଘରେ ତାଲା ପଡିଥିବା ଏକ ଘରେ ଚୋରି ହୋଇଥିବାର ମାମଲା ସାମ୍ନାକୁ ଆସିଛି । ରିଙ୍ଗରୋଡରେ ରହୁଥିବା ଅବସରପ୍ରାପ୍ତ କୃଷି ବିଭାଗର କିରାଣୀ ବି.ଗଙ୍ଗରିଆଙ୍କ ଘରେ ହୋଇଛି ଏହି ଚୋରି । ଦୁର୍ବତମାନେ ଘରର ମୁଖ୍ୟ ଦ୍ୱାରର ତାଲା ନ ଭାଙ୍ଗି ଘର ଝରକାର ଗ୍ରୀଲ ତାଡି ଘରେ ଭିତରେ ପଶି ଘର ଭିତରେ ବନ୍ଦ ପଡିଥିବା ରୁମଗୁଡିକର ଗେଡା ଭାଙ୍ଗି ଆଲମାରୀରୁ ସୁନା ୫ଗ୍ରାମ ସହ ଅଧକେଜିରୁ ଉର୍ଦ୍ଧ ରୂପା ସାମଗ୍ରୀ, ଦାମୀ ଶାଢୀ ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଯାଇଛନ୍ତି ।

ବି.ଗଙ୍ଗାରିଆ ନିଜ ପତ୍ନୀ ଓ ପୁଅ ବୋହୁଙ୍କ ସହ ଗତ ଜାନୁଆରୀ ୩୦ତାରିଖରୁ ତିରୁପତି ଦର୍ଶନ ପାଇଁ ଯାଇଥିବା ବେଳେ ଗତକାଲି ରାତ୍ରରେ ସେ ଘରକୁ ଫେରିଥିଲେ । ଘରର ମୁଖ୍ୟ ଦ୍ୱାର ଖୋଲି ଭିତରକୁ ପଶିବା ପରେ ଗ୍ରୀଳ ଭଙ୍ଗାଯାଇ ଘର ଆଲମାରୀ ଖୋଲାଯାଇଥିବା ଦେଖିବାକୁ ପାଇ ପୋଲିସକୁ ରାତ୍ରରେ ହିଁ ସୂଚନା ଦେଇଥିଲେ । ତେବେ ପୋଲିସ ଅଭିଯୋଗ ପାଇ ମଧ୍ୟ ରାତ୍ରରେ ନ ଆସି ଆଜି ସକାଳେ ଆସିଥିବା ବେଳେ ରିଙ୍ଗରୋଡରେ ସବୁବେଳେ ପୋଲିସ ପେଟ୍ରୋଲିଂର ଆବଶ୍ୟକତା ରହୁଥିଲେ ମଧ୍ୟ ପୋଲିସ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଘରେ ଚୋରି ହୋଇଥିବା ନେଇ ବୋହୁ ବି.ପ୍ରତମିା ଅଭିଯୋଗ କରିଛନ୍ତି । ରାୟଗଡା ସହରରେ କୈାଣସି ସ୍ଥାନରେ ମଧ୍ୟ ଷ୍ଟ୍ରିଟ୍ ଲାଇଟର ଅବ୍ୟବସ୍ଥା ନାହିଁ । ଫଳରେ ସଂଧ୍ୟାରୁ ସକାଳ ପର୍ଯ୍ୟନ୍ତ ସହର ପୁରାପୁରି ଆଲୋକିତ ହୋଇ ରହୁଛି ସହର । ଅନ୍ଧାରର କୈାଣସି ବି ଟିକିଏ ସ୍ଥାନ ନାହିଁ । ତଥାପି ଏତେ ଆଲୁଅରେ ତାଲା ପଡିଥିବା ଘରେ କେହି ନ ଥିବାର ସୁଯୋଗ ନେଇ ଘରର ମୁଖ୍ୟ ଦ୍ୱାରର ତାଲା, ଗ୍ରୀଲ୍ ଝରକା ଆଦି ଭାଙ୍ଗି ଘରେ ପଶି ଆଲମାରୀ ଭାଙ୍ଗି ଲକ୍ଷାଧିକ ନଗଦ ଟଙ୍କା, ସୁନାରୂପା ଅଳଙ୍କାର ସହ ଅନ୍ୟାନ୍ୟ ଦାମୀ ସାମଗ୍ରୀ ଚୋରି କରି ନେଇଯାଉଛନ୍ତି ଦୁର୍ବୁତ । ଆଉ ଏ ନେଇ ଥାନାରେ ଅଭିଯୋଗ ପରେ ସେହି ଅନୁରୂପ ତଦନ୍ତ ଚଳାଇଛି ପୋଲିସ । ତେବେ ଏ ଚୋରିରେ କେଉଁ ଅପରାଧୀମାନେ ସଂପୃକ୍ତ ତାହା ଖୋଜି କାଢିବାରେ ଟେର ପାଉନାହିଁ ପୋଲିସ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.