ରାୟଗଡା ଜିଲ୍ଳା ବିଜେପିର ଗଣବିକ୍ଷୋଭ, ଘେରିଲେ ଏସପିଙ୍କ କାର୍ଯ୍ୟାଳୟ

• ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ସହ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର ଦାବି

• ପିଏମଏୱାଇ’ରେ ଘର ବଂଟନରେ ଅନିୟମିତତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଭାରତୀୟ ଜନତା ପାର୍ଟି (ବିଜେପି) ରାୟଗଡା ଜିଲ୍ଳା ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ ବିଜେପି କାର୍ଯ୍ୟକର୍ତା ଓ କର୍ମୀମାନେ ରାୟଗଡା ସହରର ସ୍ଥାନୀୟ ଆଇସିଡିଏସ ଛକ ଠାରେ ଆଜି ଗଣବିକ୍ଷୋଭ କରିଛନ୍ତି । ଏଥିସହ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ବେଳେ ରାଜ୍ୟ ସରକାର ବେପାରୁଆ ରହିଥିବାରୁ ଦିବା ଲୋକରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ କର୍ମଚାରୀ ଗୁଳି ମାରି ହତ୍ୟା କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ହତ୍ୟା ଘଟଣାର ମୂଳ କାରଣ ଖୋଜି ବାହାର କରିପାରିଲେ ନାହଁ । ତେଣୁ ସ୍ୱର୍ଗତଃ ଦାସଙ୍କ ମୃତ୍ୟୁକୁ ନେଇ ବିଜେପି ସାମାଜିକ, ନୈତିକତା, ଦାୟିତ୍ୱବୋଧତା ଦେଖାଇ ତଦନ୍ତର ଦାୟିତ୍ୱ ସିବିଆଇ ହାତରେ ହସ୍ତାନ୍ତର କରିବା ଏବଂ ବିଜେଡି ଶାସନରେ ରାଜ୍ୟବାସୀ ଅସୁରକ୍ଷିତ ରହିଛନ୍ତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଅପାରଗତା ପାଇଁ ରାଜ୍ୟରେ ଅରାଜକତା ଜାରି ରହିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କ ଉଦ୍ଦେଶ୍ୟରେ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଆବଂଟନରେ ଅନିୟମିତତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଳାପାଳଙ୍କ ଜରିଆରେ ଜିଲ୍ଳା ବିଜେପି କମିଟି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି । ସେହିପରି ରାୟଗଡା ସହରରେ ଘଟୁଥିବା ଚୋରି, ଡକାୟତ ଓ ବାଇକ ଚୋରି ସଂପର୍କରେ ୮ଦଫା ସମ୍ବଳିତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ଆଜି ସ୍ଥାନୀୟ ଆଇସିଡିଏସ ଛକ ଠାରେ ଭାରତୀୟ ଜନତା ପାର୍ଟି ରାୟଗଡା ଜିଲ୍ଳା ଶାଖା ସଭାପତି ଶିବ ପଟ୍ଟନାୟକଙ୍କ ନେତୃତ୍ୱରେ ଅନୁଷ୍ଠିତ ଗଣ ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଳା ଉପସଭାପତି ଗୋପୀ ଆନନ୍ଦ,ସାଧାରଣ ସଂପାଦକ ରମେଶ ସାମନ୍ତ, ହରେକୃଷ୍ଣ ପାଢୀ, କିଶୋର ଚନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ ଉଲାକା, ଶିବ ଶଙ୍କର ଉଲାକା, ରାୟଗଡା ନଗର ସଭାନେତ୍ରୀ ମଂଜୁଳା ମିଣିଆକା, ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ସମେତ ରାୟଗଡା ପୈାରାଧ୍ୟକ୍ଷ ପ୍ରାର୍ଥୀ ତଥା ଆଇନଜୀବି ପଦ୍ମନାଭ ଦାଶ, ଜିଲ୍ଳାସ୍ତରୀୟ କାର୍ଯ୍ୟକର୍ତା, ପଦାଧିକାରୀ, ୨୫ଟି ମଣ୍ଡଳର ସଭାପତି, ସଂପାଦକ, ବିଭିନ୍ନ ମୋର୍ଚ୍ଚାର ସଭାପତି, ସଂପାଦକ ଏବଂ କର୍ମୀମାନେ ଉପସ୍ଥିତ ରହିଥିଲେ । ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ଗୃହ ବିଭାଗରେ ଥିବା ମୁଖ୍ୟମନ୍ତ୍ରୀ ହିଁ ଦାୟୀ ତେଣୁ ରାଜ୍ୟବାସୀଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ବିଜେଡି ସରକାର ଗାଡି ଛାଡ ବୋଲି ନିଜ ନିଜ ବକ୍ତବ୍ୟ ରଖିଥିଲେ । ପରେ ସେଠାରୁ ପଦଯାତ୍ରାରେ ବାହାରି ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ମୁଖ୍ୟ ଫାଟକ ନିକଟରେ ପଂହଚି ବିକ୍ଷୋଭ ପ୍ରଦର୍ଶନ କରି ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଡିଏସପି ସୁଦାମ ମଲ୍ଳିକଙ୍କୁ ପ୍ରଦାନ କରିଥିଲେ । ତେବେ ଭିସି କାର୍ଯ୍ୟକ୍ରମରେ ରହିଥିଲେ ମଧ୍ୟ ନିଜେ ଏସ.ପି. କାହିଁକି ଦାବିପତ୍ର ନେବାକୁ ଆସିଲେ ନାହିଁ ବୋଲି ବିଜେପି କାର୍ଯ୍ୟକର୍ତା ତଥା କର୍ମୀମାନେ ହୋହାଲ୍ଳା କରିଥିଲେ । ସେଠାରୁ ସମସ୍ତ ବିଜେପି କାର୍ଯ୍ୟକର୍ତା ଓ କର୍ମୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଆବଂଟନ କରାଯାଉ ନ ଥିବା ବେଳେ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରକାଶ କରାଯାଉଥିବାରୁ ଘର ଆବଂଟନରେ ଅନିୟମିତତା ହେଉଥିବା ନେଇ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ପାଇଁ ଯାଇଥିଲେ । ଯେ ପର୍ଯ୍ୟନ୍ତ ସମସ୍ତ ଯୋଗ୍ୟ ହିତାଧିକାରୀ ତାଲିକା ଭୁକ୍ତ ହୋଇ ନାହାନ୍ତି ସେ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୈାଣସି କାର୍ଯ୍ୟାଦେଶ ଜାରି ନ କରିବା ପାଇଁ ଦାବି କରାଯିବା ସହ ଯୋଗ୍ୟ ହିତାଧିକାରୀମାନେ ଘର ପାଇବାରୁ ବଂଚିତ ହୋଇଥିବାରୁ ପ୍ରତି ବ୍ଳକରେ ଜନ ଅସନ୍ତୋଷ ପ୍ରକାଶ ପାଉଛି । ଯାହା ସଂଶୋଧନ ନ ହେଲେ ବିଦ୍ରୋହର ରୂପ ନେଇପାରେ ବୋଲି ଦାବିପତ୍ରରେ ଉଲ୍ଳେଖ ରହିଛି ।

ସେହିପରି ରାୟଗଡା ସହରରେ ବୃଦ୍ଧି ପାଉଥିବା ଚୋରି, ଡକାୟତି, ରାହାଜାନି, ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟିବା, ମୋବାଇଲ୍ ଝାମ୍ପିନେବା ଭଳି ଅପରାଧିକ ମାମଲାକୁ ନିୟନ୍ତ୍ରଣ କରିବା ଦିଗରେ ସ୍ଥାନୀୟ ପୋଲିସ ବିଫଳ ହେଉଥିବାରୁ ଏହାର ପ୍ରତିକାର ପାଇଁ ରାୟଗଡା ନଗର ବିଜେପି କମିଟି ପକ୍ଷରୁ ଦାବି କରାଯାଇଛି । ବିଶେଷ କରି ଦିବାରାତ୍ର ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବା, ସିସିଟିଭି ବ୍ୟବସ୍ଥା ଲାଗୁ କରିବା, ସହର ମଧ୍ୟ ଦେଇ ସକାଳ ୯ରୁ ରାତ୍ର ୮ଘଂଟା ପର୍ଯ୍ୟନ୍ତ ଭାରିଯାନ ଚଳାଚଳ ବନ୍ଦ କରିବା,ଅପରାଧିକ କାର୍ଯ୍ୟରେ ଲିପ୍ତ ଅଭିଯୁକ୍ତମାନଙ୍କୁ ଯଥାଶୀଘ୍ର ଗରିଫ କରିବା,ବୁଲା ବିକାଳି ତଥା ବାହାରୁ ଆସି ରହୁଥିବା ଅଜଣା ବ୍ୟକ୍ତିମାନଙ୍କ ପରିଚୟ ଯାଂଚ କରିବା, ଠିପି ବନ୍ଦ ମଦ ଦୋକାନ ନିକଟରେ ଖୋଲାଖୋଲି ମଦପ୍ୟମାନେ ମଦ ପିଉଥିବାରୁ ସମାଜରେ କୁପ୍ରଭାବ ବୃଦ୍ଧି ପାଉଛି ତାହା ବନ୍ଦ କରିବା ଏବଂ ଲଣ୍ଡା ପାହାଡ ନିକଟସ୍ଥ ମଦ ଭାଟିକୁ ମଧ୍ୟ ବନ୍ଦ କରିବା ପାଇଁ ଦାବି କରାଯାଇଛି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.