ମାଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କୋଠରୀ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ତୃତୀୟ ଶ୍ରେଣୀର ଛାତ୍ରଛାତ୍ରୀ ଶିକ୍ଷା ଓ ଦକ୍ଷତା ବୃଦ୍ଧିରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ନିଆଯାଇଥିବା ମିଶନରେ ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ (ଏଫ୍ଏଲ୍ଏନ୍) କୋଠରୀ ନିର୍ମାଣ ହେବ। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଡିଆଇଇଟି ଅଧ୍ୟକ୍ଷ ଡ. ସ୍ନେହାପ୍ରଭା ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଡାଏଟ୍-ସିଆରସିସି ସଂଯୋଜକ ବିଜଲୀ ଏକ୍କାଙ୍କ ତତ୍ତ୍ୱାବଧାନରେ ନର୍ଲା ବ୍ଲକର ମାଣ୍ଡେଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ କୋଠରୀ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀ ଯୋଗ ଦେଇ ଉଦଘାଟନ କରିଥିଲେ। ପୁରାତନ ଛାତ୍ର କପି କେତନ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ ଓ ସୁଦର୍ଶନ ମହାନ୍ତି, ଡିଆଇଇଟି କଳାହାଣ୍ଡିର ଶିକ୍ଷକ ପ୍ରଶିକ୍ଷିକ ବିଜଲୀ ଏକ୍କା, ଈଶ୍ୱର ଚନ୍ଦ୍ର ବେହେରା, ପୁରାତନ ଛାତ୍ର କୃଷ୍ଣଚନ୍ଦ୍ର ନାଏକ ପ୍ରମୁଖ ଯୋଗଦେଇଥିଲେ। ପ୍ରଧାନଶିକ୍ଷକ ଶରତ କୁମାର ଭୋଇ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଶିକ୍ଷକ ଅଚ୍ୟୁତ ବାରିକ। ଏଥିରେ ସିଆରସିସି ଦେବୀସୁଧା ଦୋରା ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦୁର୍ଗାପ୍ରସାଦ ନାଏକ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବ୍ଲକର ସମସ୍ତ ସିଆରସିସିଙ୍କ ସହ ଅଞ୍ଚଳର ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ। ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ଓ ବାଦ୍ୟ ପରିବେଷଣ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.