ଏପ୍ରିଲ ୭ ରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ଡେଲିଭରି ବୟ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର/ କଳାହାଣ୍ଡି (ନିଲେଶ କୁମାର ନାଗ): ଇଂଫିସନ ଏଣ୍ଟରଟେନମେଣ୍ଟ ପ୍ରସ୍ତୁତିରେ ଜ୍ୟୋତି ରଞ୍ଜନ ମହାନ୍ତି ପ୍ରଯୋଜନାରେ ଏପ୍ରିଲ ମାସ ୭ ତାରିଖରେ  ମୁକ୍ତିଲାଭ କରିବାକୁ ଯାଉଛି ଏକ ମୌଳିକ କାହାଣୀ ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ଡେଲିଭରି ବୟ । ଏହି ଚଳଚ୍ଚିତ୍ରରେ କଳାହାଣ୍ଡି ଜିଲ୍ଲାର ନବାଗତ ଅଭିନେତା ଅରମାନ ମହାନ୍ତି ଏକ ବିଶେଷ ଭୂମିକାରେ ଅଭିନୟ କରି ବର୍ତ୍ତମାନର ଯୁବଗୋଷ୍ଠୀଙ୍କୁ ଠିକ ମାର୍ଗରେ ଯିବା ନିମନ୍ତେ ଏକ ସୁନ୍ଦର ବାର୍ତ୍ତା ପ୍ରଦାନ କରିଛନ୍ତି । ଅଭିନେତା ଅରମାନଙ୍କର ନୂଆ ପ୍ରେମର ସଗୁନ,ଚଗଲା ଟୋକା, ଶେଫାଳି, ଲାଲ ବିନ୍ଦି, ଗରିବ ପିଲା, ଦେଖା ହେଲେ କହିବି, ସାୟୋନି, ଆଖିରେ ତୁମର, ସ୍ମୃତି ସମୟର, ଅଭିମାନି ନି ଚାନ୍ଦ, ତୋ ନାଆରେ, ଗୋଲାପୀ ଚିଠି ଇତ୍ୟାଦି ମ୍ୟୁଜିକାଲ ଭିଡିଓଗୁଡିକ ଦର୍ଶକମାନଙ୍କ ଦ୍ୱାରା ବେଶ ଆଦୃତି ଲାଭ କରିଛି । ଏହି ଚଳଚ୍ଚିତ୍ରର କାହାଣୀ ସମ୍ପୂର୍ଣ୍ଣ ଭାବରେ ନିଆରା । ବର୍ତ୍ତମାନ ସମୟରେ ଲୋକମାନେ ଅନଲାଇନରେ ଅନେକ ଜିନିଷ ଅର୍ଡର କରିଥାନ୍ତି ଏବଂ ସେହି ସାମଗ୍ରୀକୁ ଠିକ ସମୟରେ ଲୋକଙ୍କ ପାଖରେ ପହଞ୍ଚାଇବା ହେଉଛି ଡେଲିଭରି ବୟର କାମ । କିନ୍ତୁ ଡେଲିଭରି ବୟ ଲୋକମାନଙ୍କ ସେବା ଯୋଗାଇବା ସମୟରେ  କିଭଳି ଭାବରେ ଅନେକ ଅସୁବିଧାର ସାମ୍ନା କରିଥାଏ ତାହା ଦର୍ଶକମାନେ ଏହି ଚଳଚ୍ଚିତ୍ରରେ ଦେଖିବାକୁ ପାଇବେ । ଏହି ଚଳଚ୍ଚିତ୍ରର କାହାଣୀ ଏପରି ଭାବରେ ଗତି କରିଛି ଯାହାକୁ ଦେଖିଲେ ବର୍ତ୍ତମାନ ସମୟର ଯୁବଗୋଷ୍ଠୀ ନିଶ୍ଚିତ ଭାବରେ ନୂଆ ଦିଗଦର୍ଶନ ପାଇବେ ବୋଲି ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଶ୍ୱିନୀ ତ୍ରିପାଠୀ କହିଛନ୍ତି । ଆଗାମୀ ଏପ୍ରିଲ ମାସ ୭ ତାରିଖରେ  ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ ଏହାର ଅଡିଓ ଓ ଟ୍ରେଲର ରିଲିଜ ହୋଇସାରିଛି । ଏହି ଚଳଚ୍ଚିତ୍ରରେ  କାହାଣୀ ପରିକଳ୍ପନା କରିଛନ୍ତି ପ୍ରଯୋଜକ ଜେ ଆର ଏମ, ସଂଳାପ ଦେଇଛନ୍ତି ଦୀପକ ଜେନା ଓ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ଅଶ୍ୱିନୀ ତ୍ରିପାଠୀ । ଏଥିରେ ବୁଦ୍ଧାଦିତ୍ୟ, ଶୈଳେନ୍ଦ୍ର, ସୁଶାନ୍ତ, ସୂର୍ଯ୍ୟମୟୀ, ଅରମାନ ମହାନ୍ତି, ପ୍ରିୟମ୍ବଦା, ଶକ୍ତି ବରାଳ, ଜୀବନ ପଣ୍ଡା, ଇଲୁ ବାନାର୍ଜୀ, ସରୋଜ ଦାସ, ଚୌଧୁରୀ ବିକାଶ ଦାସ, ସନ୍ତୁ, ଗୁଡ଼ଡୁ ଓ ପୁପୁଲ ପ୍ରମୁଖ ଅଭିନୟ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.