ବରିଷ୍ଠ ଆଇନଜୀବୀ ଲଳିତ ପ୍ରହରାଜଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁରର ବରିଷ୍ଠ ଆଇନଜୀବୀ ଲଳିତ ପ୍ରହରାଜଙ୍କ ଆଜି ତଳସାଗର ପଡା ସ୍ଥିତ ବାସଭବନରେ ପରଲୋକ ହେଇଯାଇଛି । ମୃତ୍ୟୁ ବେଳକୁ ତାଂକୁ ୬୯ ବର୍ଷ ହେଇଥିଲା । ସେ ଜଣେ ବିଜ୍ଞ ବ୍ୟକ୍ତି ତଥା ଆଇନ ବିଶାରଦ ଥିଲେ । ମ.ରାମପୁର ଓକିଲ ସଂଘର ପ୍ରତିଷ୍ଠାତା ସଦସ୍ୟ ରହି ଅନେକ ସାଧାରଣ ଲୋକଙ୍କୁ ଆଇନ ସେବା ଯୋଗାଇ ଆସୁଥିଲେ । ସେ କଳାହାଣ୍ଡି ଜିଲ୍ଲା ବିଜେପିର ଜିଲ୍ଲା ଉପ ସଭାପତି ରହି ନିଜର କାର୍ଯ୍ୟ ସମ୍ପାଦନ କରିଥିଲେ । ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟ ଜିଲ୍ଲା ମୁଖ୍ୟାଳୟରେ ପୂର୍ବରୁ ଚାଲୁଥିବା ବେଳେ ମ.ରାମପୁରରେ ଏହାର ପ୍ରତିଷ୍ଠା ପାଇଁ ହେଇଥିବା ଆନ୍ଦୋଳନରେ ସେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରି ଥିଲେ । ଏବଂ ପରବର୍ତ୍ତୀ ସମୟରେ ଏହା କାର୍ଯ୍ୟକାରୀ ହେଇଥିଲା । ତାଙ୍କରି ବିୟୋଗ ଖବର ପାଇବା ପରେ ମ.ରାମପୁର ଓକିଲ ସଂଘ ପକ୍ଷରୁ ଏକ ଶୋକ ସଭା କରିବା ସହିତ ତାଙ୍କରି ଶେଷ ଦର୍ଶନ ପାଇଁ ବରିଷ୍ଠ ଓକିଲ ଜୟ କୁମାର ସିଂହ ଦେଓ, ସପନ ପଟ୍ଟନାୟକ, ଅଶ୍ୱିନୀ କୁମାର ପଣ୍ଡା, ପ୍ରଶାନ୍ତ ପଣ୍ଡା, ଆଶିଷ ମିଶ୍ର, ବିଶ୍ବମ୍ବର ରଣା, ଜିତେଶ ମହାପାତ୍ର, ପ୍ରଦୀପ ପ୍ରହରାଜ, ପ୍ରମୁଖ ତାଙ୍କରି ଘରକୁ ଯାଇ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ପଦ୍ମ ଲୋଚନ ମିଶ୍ର, ବରିଷ୍ଠ ଆଇନଜୀବି ସୁବାସ ଆଚାର୍ଯ୍ୟ, ସତ୍ୟଜିତ ଚାଟାର୍ଜୀ ମଧ୍ୟ ଉପସ୍ଥିତ ରହି ଶେଷ କରିଥିଲେ । ସ୍ବର୍ଗତ ପ୍ରହରାଜ ଅବିବାହିତ ଥିଲେ ଏବଂ ମୃତ୍ୟୁ ଶଯ୍ୟା ନିକଟ ରେ ପରିବାର ବର୍ଗ ଉପସ୍ଥିତ ରହିଥିଲେ । ସ୍ଥାନୀୟ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.