ନର୍ଲାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର: ଜିଲ୍ଲାପାଳ ବିଳମ୍ବରେ ଆସିବାରୁ ଫେରିଗଲେ ଅନେକ ଅଭିଯୋଗକାରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ନୂତନ ସମ୍ମେଳନ କକ୍ଷଠାରେ ଆଜି ସୋମବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀ ମାଣ୍ଡେଲ ଓ ନିଶାନପୁର ଫାଇଭ-ଟି ବିଦ୍ୟାଳୟ ଗୁଡିକ ବୁଲି ଦେଖିବା ପରେ ଦିନ ଗୋଟାଏ ବେଳେ ଆସି ପହଞ୍ଚିଥିଲେ ନର୍ଲା ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣୀରେ। ସେତେବେଳକୁ ଆବାସ ଯୋଜନା ପାଇଁ ନାମ ପଞ୍ଜିକୃତ କରିଥିବା ଅଭିଯୋଗ କାରୀଙ୍କୁ ଘରକୁ ଚାଲିଯିବା ପାଇଁ ବ୍ଲକ ପ୍ରଶାସନ ତରଫରୁ ମାଇକ ଯୋଗେ ଘୋଷଣା କରି କୁହାଯାଇଥିଲା। ଜିଲ୍ଲାପାଳଙ୍କ ଆସିବାରେ ବିଳମ୍ବ ହେବାରୁ ଅନେକ ଅଭିଯୋଗକାରୀ ଘରକୁ ଫେରି ଯାଇଥିଲେ। ଜିଲ୍ଲାପାଳ ପି ଅନ୍ୱେଷ ରେଡ଼ି ନିଜେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ମାନ ଶୁଣିବା ସହିତ ଅଭିଯୋଗ ପତ୍ର ସବୁ ଗ୍ରହଣ କରି ଏସବୁର ତୁରନ୍ତ ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଥିରେ ଆବାସ ଯୋଜନାରେ ଘର, ପାନୀୟ ଜଳ, ରାସନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ଜମିଜମା ସଂକ୍ରାନ୍ତୀୟ ମାମଲା ଓ ବିଦ୍ୟୁତ ସମସ୍ୟା ଉପରେ ବିଶେଷ ଅଭିଯୋଗ ସବୁ ଆସିଥିବା ଦେଖିବାକୁ ମିଳିଥିଲା । ଏଭଳି ବିଭିନ୍ନ ବିଷୟ ଉପରେ ୩୦୦ ରୁ ଉର୍ଦ୍ଧ୍ବ ଜଣ ଅଭିଯୋଗ କରିଥିବା ଅଭିଯୋଗକାରୀଙ୍କ ଗୁହାରୀ ଶୁଣିବା ସହ ବିଭାଗୀୟ ଅଧିକାରୀ ମାନଙ୍କ ସହ ବିଚାର ବିମର୍ଷ କରି କାର୍ଯ୍ୟ ତ୍ୱରାନ୍ୱୀତ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । କାର୍ଯ୍ୟକ୍ରମଟିକୁ ନର୍ଲା ବିଡିଓ ବାସନ୍ତୀ ସେଠୀ ପରିଚାଳନା କରିଥିବା ବେଳେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କ୍ଷୀତିଶ ଚନ୍ଦ୍ର ନାଏକ, ନର୍ଲା ଏବିଡ଼ିଓ ଦେବେନ୍ଦ୍ର ସାମଲ, କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ବିଏସଏସଓ ଶ୍ରୀ ପ୍ରଦୀପ ବେହେରା, ସନତ ନାଏକ, ବିପିସି ଭୋଳନାଥ ଦାସ, ସନ୍ତୋଷ କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, କେସିଙ୍ଗା ଏସ୍ଡିପିଓ, ଜିଲ୍ଲା ଯୋଗାଣ ଅଧିକାରୀ, ନର୍ଲା ତହସିଲଦାର ଶଙ୍କର ବାଗ, ଅବକାରୀ ବିଭାଗ ଅଧିକାରୀ, ବନବିଭାଗ ନର୍ଲା ରେଞ୍ଜର ପ୍ରଶାନ୍ତ ପାଳ, ନର୍ଲା ଫରେଷ୍ଟର ଭବାନୀ ନାଏକ, ଟାଟା ପାୱାର ନର୍ଲା ଏସଡ଼ିଓ କମଲେଶ ପଧାନ, ନର୍ଲା ବ୍ଲକ ଶିକ୍ଷାଧିକାରୀ ତପିମଣି ଯାନୀ, ନର୍ଲା ସିଡିପିଓ ନିବାସିନୀ ବିଶ୍ୱାଳ, ଏମଆଇ ଯନ୍ତ୍ରୀ ସୌମ୍ୟରଂଜନ ମାଝୀ, ନର୍ଲା ଜିଲା ପରିଷଦ ସଦସ୍ୟା ନମ୍ରତା ସାହୁ, ସଦସ୍ୟ ହରିଶଙ୍କର ମାଝୀ, ନର୍ଲା ସରପଞ୍ଚ ତନୁଜା ହରପାଲ, ବାଗପୁର ସରପଞ୍ଚ ଗୋପାଳ ହାତୀ, ବାଲସିଙ୍ଗା ସରପଞ୍ଚ ଶ୍ରୀମତୀ ପୂଜା ସାରିନୋଭା ସ୍ୱାଇଁ, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Udyog Nursery
Udyogi Nursery

ଲାଇନ୍ ବିଭାଗ ଗୁଡିକର ଅଧିକାରୀ ନର୍ଲା ରେଞ୍ଜର, ପ୍ରଶାନ୍ତ କୁମାର ପାଳ,ନର୍ଲା ଫରେଷ୍ଟର ଭବାନୀ ନାଏକ, ଟାଟା ପାୱାର ଏସଡ଼ିଓ କମଲେଶ ପଧାନ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଆସିଥିବା ବିଷୟ ଗୁଡିକର ତଥ୍ୟ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନର୍ଲା ସିଡିପିଓ ନିବାସିନୀ ବିଶ୍ୱାଳ, ନର୍ଲା ବ୍ଲକ କୃଷି ଅଧିକାରୀ, ନର୍ଲା ମେଡିକାଲ ଅଫିସର ଅକ୍ଷୟ ଗୋଛାୟାତ, ନର୍ଲା ବିଏସ୍ଏସ୍ଓ, ଏମଆଇ ବିଭାଗ ନର୍ଲାର କନିଷ୍ଠ ଯନ୍ତ୍ରୀ ସୌମ୍ୟ ରଞ୍ଜନ ମାଝୀ, ଆରଡବ୍ଲୁଏସଏସ ବିଭାଗର ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, କନିଷ୍ଠ ଯନ୍ତ୍ରୀ ବୁଟୁ ସେଠୀ, ଆର୍ଡି ବିଭାଗର ଅଧିକାରୀ ବୃନ୍ଦ, କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀ ବୃନ୍ଦ, ଅବକାରୀ ବିଭାଗର ଅଧିକାରୀ ମାନେ, ନର୍ଲା ବ୍ଲକ କନିଷ୍ଠ ଯନ୍ତ୍ରୀ ବିଚିତ୍ରା ନନ୍ଦ ନାଏକ, ଆଲୋକ ନାଏକ ପ୍ରମୂଖ ଉପସ୍ଥିତ ରହି ଅଭିଯୋଗ ଗୁଡିକ ଉପରେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ନର୍ଲା ବ୍ଲକରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ରେ ୩୦୦ ଜଣରୁ ଉର୍ଦ୍ଧ୍ବ ଅଭିଯୋଗକାରୀ ଆସି ଅଭିଯୋଗ କରିଥିବା ଦେଖିବାକୁ ମିଳିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.