ମାଡ଼ି ଆସୁଛି ଫୋନି, ସକାଳେ କରିବ ଲେଣ୍ଡଫଲ୍

ଭୁବନେଶ୍ୱର,୨/୫: ଓଡ଼ିଶା ଆଡକୁ ମାଡ଼ି ଆସୁଛି ସାମୂଦ୍ରିକ ଝଡ଼ ଫୋନି। ଏହା ପୁରୀଠାରୁ ଆଉ ପ୍ରାୟ ସାଢ଼େ ୩ଶହ କିଲୋମିଟର ଦୂରରେ ରହିଛି। ଆସନ୍ତା କାଲି ସକାଳ ୮ରୁ ୧୦ଟା ମଧ୍ୟରେ ଲେଣ୍ଡଫଲ୍ କରିବ। ୧୨ଟା ପର୍ଯ୍ୟନ୍ତ ପବନର ପ୍ରଭାବ ଜାରି ରହିବ। ଏହି ସମୟରେ ୧୭୦ରୁ ୧୮୦ କି.ମି. ବେଗରେ ପବନ ବହିବ। କେତେକ ସ୍ଥାନରେ ଏହା ୨୦୦ କି.ମି. ବେଗରେ ବି ବହିବ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ, ଫୋନି ଘଣ୍ଟା ପ୍ରତି ୧୬ କି.ମି. ବେଗରେ ମାଡ଼ି ଆସୁଛି। ଧୀରେଧୀରେ ଏହା ଉଗ୍ର ରୂପ ଧାରଣ କରୁଛି। ପୁରୀ ପାଖାପାଖି ଯେକୌଣସି ଅଂଚଳରେ ଏହା ସ୍ଥଳଭାଗ ଛୁଇଁପାରେ। ଲେଣ୍ଡଫଲ୍ ହେବା ନେଇ କୌଣସି ନିର୍ଦ୍ଧିଷ୍ଟ ସ୍ଥାନ ନିରୂପଣ ହୋଇପାରୁ ନାହିଁ।

ଏହି ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଲେଣ୍ଡଫଲ୍ ହେବା ପରେ ବନ୍ୟା ହେବାର ସମ୍ଭାବନା ରହିଛି। କାରଣ ବାତ୍ୟା ପରେ ୨୦୦ ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ପକ୍ଷରୁ ସୂଚନା ମିଳିଛି।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.