ସେମାନେ ଅରନ୍ ପାଏନ୍ ଖାଏବେ ଆମେ ମାଏଟ୍ ରାପି ରାପି ଖାଇବୁ କି ! (Visual News )

କେନାଲ ଡାଇଭର୍ଟ, ଘାଟିଗୁଣ୍ଡରୁ-ମୁଡାଙ୍ଗପଦର ଗ୍ରାମରେ ଅସନ୍ତୋଷର ବାତାବରଣ

ଲାଂଜିଗଡ,୧/୫ : ଜଳ ଓ ମୃତିକା ସଂରକ୍ଷଣ ପାଇଁ ସରକାର ଚେକଡେମ୍ ସବୁ ନିର୍ମାଣ କରାଉଛନ୍ତି । ଏହା ମାଧ୍ୟମରେ ଅନେକ କୃଷକ ଉପକୃତ ହେଉଥିବାବେଳେ କେତେକ ସ୍ଥାନରେ ସରକାରୀ ବାବୁ ମାନଙ୍କ ଦୂରଦୃଷ୍ଟି ଅଭାବ ତଥା ଖାମଖିଆଲ ମନୋଭାବ ଯୋଗୁଁ ଯୋଜନା ସମୁହର ସଫଳ ରୂପାୟନ ହୋଇପାରୁନାହିଁ । 

Omkar Vasthu
Omkar Vasthu
(କ୍ଲିକ କରି ଦେଖନ୍ତୁ ଭିଡିଓ 👆)

ବିଭିନ୍ନ ସମସ୍ୟା, କାର୍ଯ୍ୟ ସମୂହରେ ଅନିୟମିତତା, ଦୂର୍ନିତି ଓ ପ୍ରିୟାପ୍ରିତି ତୋଷଣର ଗନ୍ତାଘର ପାଳଟିଥିବା ଲାଂଜିଗଡ ବ୍ଲକ ସର୍ବଦା ଚର୍ଚାର ପରିଷରରେ ରହି ଆସିଛି । ବର୍ତ୍ତମାନ ପୁଣି ଏକ ନୂଆ ଫର୍ଦ ଯୋଡି ହେଉଛି କାର୍ଯ୍ୟ ସ୍ଥାନାନ୍ତର ବା ୱାର୍କ ଡାଇଭର୍ଟକୁ ନେଇ । ଗୋଟିଏ ଯାଗାର କାମକୁ ଅନ୍ୟ ଯାଗାକୁ ଫୋପାଡି ମୁନାଫା କମାଉଛନ୍ତି ଅସାଧୁ କର୍ମଚାରୀ, ଠିକାଦାର ଓ ନେତା । ଅନେକ କାର୍ଯ୍ୟ ଥୁକ୍ ପାଲିସ୍ ରେ ଜାଲିଥିବା ବେଳେ ସାଧାରଣ ଜନତା ଜଳକା ହୋଇ ଚାହିଁ ରହିଛନ୍ତି । ଉପରିସ୍ଥ ଅଧୀକାରୀ ମାନଙ୍କ ପାଖକୁ ଏକାଧିକ ଅଭିଯୋଗ ଯାଉଥିଲେ ମଧ୍ୟ ଦୃଷ୍ଠାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଇବା ସହ କାର୍ଯ୍ୟର ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏକ ୱାର୍କ ଡାଇଭର୍ଟ ଅଭିଯୋଗ ଆସିଛି ଲାଖବାହାଲି ପଞ୍ଚାୟତ ଅଧିନସ୍ଥ ଘାଟିଗୁଣ୍ଡରୁ ଗାଁ ମୁଡାଙ୍ଗପଦର ପାଲିରୁ । ଏନେଇ ଲାଂଜିଗଡ ବିଡିଓଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମବାସୀ । ସୂଚନା ମୂତାବକ ୨୦୧୭ – ୧୮ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ମୁଡାଙ୍ଗପଦରର ଖଲିମୁଣ୍ତା ଠାରେ ଏକ ଚେକ୍ ଡେମ ନିର୍ମାଣ ହେଲା । ଯୋଜନା ଅଟକଳ ଥିଲା ୫ ଲକ୍ଷ । ଏଠାରେ ଚେକ ଡେମ ହେଲା ଅଥଚ କେନାଲ ହୋଇପାରିନଥିଲା । ଗତ ୩ ମାସ ତଳେ ଏଠାରେ ଏକ ସିସି କେନାଲ ନିର୍ମାଣ କରାହେବ ବୋଲି କହିବା ସହ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦେଶ ଦେଲେ ବ୍ଲକର କନିଷ୍ଠ ଯନ୍ତ୍ରୀ । ସେହି ଅନୁସାରେ ଜେସିବିରେ ୧୨ ଘଣ୍ଟା ମାଟି ଖୋଳାଗଲା । ୫ ଟ୍ରିପ ବାଲି, ୫ ଟ୍ରିପ ମେଟାଲ ଓ ୧ ଟ୍ରିପ ବାଲି ମଧ୍ୟ ପଡିଲା କିନ୍ତୁ ପରେ ସୁଣାଗଲା ଯେ ଏଠାରେ ଆଉ କେନାଲ ହୋଇ ପାରିବ ନାହିଁ ପରନ୍ତୁ ଥୁଆଙ୍ଗପଦରରେ ହେବ । ଯାହାକୁ ନେଇ ଜନ ଅସନ୍ତୋଷ ତିବ୍ର ହୋଇଛି ।

ଏହି କାର୍ଯ୍ୟରେ ୫ଟ୍ରିପ ହାତପିଟା ମେଟାଲ ଯୋଗାଇଥିବା ଲାବଣ୍ୟ ମାଝୀ ୩ ମାସ ହେଲା ତାଙ୍କର ପ୍ରାପ୍ୟ ୧୦ ହଜାର ଟଙ୍କା ପାଇନଥିବାବେଳେ ବାଲି ଯୋଗାଇଥିବା ବ୍ୟକ୍ତି ୬ ହଜାର, ଚିପ୍ସ ଯୋଗାଇଥିବା ବ୍ୟକ୍ତି ୪୫୦୦ ଓ ୭ ଜଣ ଶ୍ରମିକ ୫ ଦିନର ମଜୁରୀ ପାଇ ନଥିବା ଅଭିଯୋଗ କରିଛନ୍ତି । ଏହାସହ ଜେସିବି ବାଲା ମଧ୍ୟ ତାର ପ୍ରାପ୍ୟ ପାଇନଥିବା ଜଣାଯାଇଛି ।

ଏଠାରେ ପ୍ରଶ୍ନ ଉଠେ ଯେ ମୁଡାଙ୍ଗପଦର ଠାରେ ଚେକଡେମ୍ ନିର୍ମାଣ କରି ସେଠାରେ ସିସି କେନାଲ କାହିଁକି ଦିଆଗଲା ନାହିଁ ? ବିନା କେନାଲରେ ଏହି ଚେକଡେମ୍ ରେ ପାଣି ରହୁଚିତ ? ବର୍ତ୍ତମାନ ଏଠାରେ କେନାଲ ନିର୍ମାଣ ହେବାର ପ୍ରାବିଧାନ ଥିବା ବେଳେ ତାହାକୁ ଅଧାରୁ ବନ୍ଦ କରି କାହିଁକି ଥୁଆଙ୍ଗ ପଦରରେ ନିର୍ମାଣ କରାଯାଉଛି ? ଏପରି କାହିଁକି ହେଉଛି ? ଚାଷୀ ଓ ସରଳ ଗ୍ରାମବାସୀଙ୍କ ଭାବନା ସହ ଖେଳିବାର କାରଣ କ’ଣ ହୋଇପାରେ । ମୁଡାଙ୍ଗପଦର ଠାରେ ଚେକଡେମ ଥିବାରୁ ଏଠାରେ ହିଁ କେନାଲ ନିର୍ମାଣ ହେଉ ବୋଲି ଦାବି କରିଛନ୍ତି ଗ୍ରାମର ରିଗା ନାଏକ, ଶୁକ୍ରୁ ମାଝୀ, ଲାବଣ୍ୟ ନାଏକ, ବନ ମାଝୀ, ପଙ୍କଜ ହରିଜନ, ମାଧବ ନାଏକ ଓ ଗ୍ରାମର ସମସ୍ତ ଜନ ସାଧାରଣ । ବର୍ତ୍ତମାନ ଅଭିଯୋଗ ଲାଂଜିଗଡ ବିଡିଓଙ୍କ ପାଖରେ ପହଞ୍ଚିଥିବାବେଳେ ସେ କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଲାଂଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

 

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.