ସିନ୍ଧୁ ଊର୍ମି ସାହିତ୍ୟ ସଂସଦର ବିଷୁବ ମିଳନ ଆୟୋଜିତ

● “ସାହିତ୍ୟିକ ଶବ୍ଦର କାରିଗର ଓ ଦ୍ୱିତୀୟ ଈଶ୍ୱର”

ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ସାହିତ୍ୟିକ ଜଣେ ଶବ୍ଦର କାରିଗର ଓ ଦ୍ୱିତୀୟ ଈଶ୍ୱର ଭଳି ସମାଜର ପରିବର୍ତ୍ତନ ଆଣିଥାଏ ବୋଲି ପବିତ୍ର ମହାବିଷୁବ ମିଳନ ଅସାରରେ ଯୋଗ ଦେଇ ଅତିଥିମାନେ ପ୍ରକାଶ କରିଥିଲେ l ଖଲ୍ଲିକୋଟର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ସିନ୍ଧୁ ସାହିତ୍ୟ ସଂସଦର ସଭାପତି ସୁଧାଂଶୁ ଶେଖର ସାହୁଙ୍କ ଅଧକ୍ଷାତାରେ ଖଲ୍ଲିକୋଟ ଅଫିସର୍ସ କ୍ଲବ ପରିସରରେ ଆୟୋଜିତ ମହାବିଷୁବ ମିଳନ ଓ କବିତା ପାଠୋତ୍ସବରେ ବିଶିଷ୍ଟ ସାହିତ୍ୟିକ ତଥା ଡେପୁଟି କଲେକ୍ଟର ଦୟାସିନ୍ଧୁ ପରିଡା, ଚଷୁ ବିଶେଷଜ୍ଞ ଡାକ୍ତର ରାଜେନ୍ଦ୍ର ବେହେରା, ସକାଳ ଦକ୍ଷିଣ ଓଡିଶା ମୁଖ୍ୟ ଜଗନମୋହନ ମହାପାତ୍ର, କଳିଙ୍ଗ ଟିଭିର ଦକ୍ଷିଣ ଓଡିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକ, ସାହିତ୍ୟିକ ଭାଗିରଥି ବେହେରା ଓ ‘ଦି ହଂସ’ର ଦକ୍ଷିଣ ଓଡିଶା ମୁଖ୍ୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଓଡିଶାର ସାହିତ୍ୟ ଇତିହାସ କ୍ଷେତ୍ରରେ ଖଲ୍ଲିକୋଟର ଭୂମିକା ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଆସିଛି l ତେଣୁ ସାହିତ୍ୟ ମନୁଷ୍ୟକୁ ମୃତ୍ୟୁମୁଖରୁ ବଞ୍ଚାଇବା ସହ ସମାଜକୁ ପରିବର୍ତ୍ତନ ପାଇଁ କବି ସାହିତ୍ୟିକମାନେ କଲମ ଧରି ଓଡିଶାକୁ ମହୀୟାନ କରିବାର ଦାୟିତ୍ୱ ବହନ କରିଆସିଛି l ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ପୂର୍ଣ୍ଣଚନ୍ଦ୍ର ରଥ ପରିଚୟ ପ୍ରଦାନ କରିଥିବା ବେଳେ କବୟିତ୍ରୀ ସରୋଜବାଳା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ସାହିତ୍ୟ ସଂସଦର ସମ୍ପାଦକ ତଥା ସାମ୍ବାଦିକ ମାଧବ ବେହେରା ସିନ୍ଧୁ ଊର୍ମି ସାହିତ୍ୟ ସଂସଦର ଦୀର୍ଘଦିନର ଇତିହାସ ସମ୍ପର୍କରେ ଅଵଲୋକନ କରିଥଲେ l ଏ ଉପଲକ୍ଷେ ଆୟୋଜିତ ଏକ ମନୋଜ୍ଞ କବିତା ପାଠୋତ୍ସବ ଡ.ଜ୍ୟୋତ୍ସ୍ନାରାଣୀ ପ୍ରଧାନ ଓ କବି ପ୍ରଭାତ କୁମାର ମିଶ୍ରଙ୍କ ସଂଯୋଜନାରେ କବୟିତ୍ରୀ ବିଦ୍ୟୁତପ୍ରଭା ଦାଶ, ମିତାରାଣୀ ପଟ୍ଟନାୟକ, ମିତାଞ୍ଜଳି ମିଶ୍ର, ପୂର୍ଣ୍ଣଚନ୍ଦ୍ର ରଥ, ରବୀନ୍ଦ୍ର ବେହେରା ସମେତ ଅନେକ କବି ସ୍ୱରଚିତ କବିତା ପାଠ କରିଥିଲେ। ଏ ଉପଲକ୍ଷେ ବିଶିଷ୍ଟ ସାମ୍ବାଦିକ, ସାହିତ୍ୟିକ ତଥା ଗବେଷକ ଡ. ହରପ୍ରସାଦ ମହାପାତ୍ରଙ୍କୁ ୨୦୨୨ ର ବିଷୁବ ସମ୍ମାନ ଏବଂ ଓଡ଼ିଆ ଗବେଷକ ତଥା ବରିଷ୍ଠ ସାହିତ୍ୟିକ ଡ. ବାଇମନ ଚର୍ଚିଙ୍କୁ ୨୦୨୩ ର ସିନ୍ଧୁ ଊର୍ମି ବିଷୁବ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.