ନିୟମଗିରି ଡଙ୍ଗର କୁର୍ଲି ପଞ୍ଚାୟତରେ ଅମ୍ବେଦକର ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ବଣଜଙ୍ଗଲ ଘେରା ନିୟମଗିରି ପାହାଡ କୁର୍ଲି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସମ୍ବିଧାନ ପ୍ରଣେତା ଭାରତରତ୍ନ ଭୀମରାଓ ଅମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । କୁର୍ଲି ପଞ୍ଚାୟତର ଡଙ୍ଗରିଆ ଅଧିବାସୀ ଆଜି ପ୍ରାତଃରେ ଶୋଭାଯାତ୍ରାରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଆଦିବାସୀ ହରିଜନ ତାଲିମ ଏବଂ ଗବେଷଣା ପ୍ରତିଷ୍ଠାନ ଗବେଷଣା ସହାୟକ ସତ୍ୟ ନାରାୟଣ ରଣା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ଭାରତରତ୍ନ ଅମ୍ବେଦକରଙ୍କ ଜୀବନଶୈଳୀ ସଂମ୍ପର୍କରେ ଆଲୋଚନା କରିଥିଲେ ।

ସମ୍ମାନୀତ ଅତିଥୀ ଭାବେ ରଘୁ ଦାସ ଯୋଗ ଦେଇଥିବା ବେଳେ ସହକାରୀ ପ୍ରଧ୍ୟାପକ ମୁକ୍ତେଶ୍ୱର ୱାଡାକା ମଞ୍ଚ ପରିଚାଳନା କରିବା ସହ ଅତିଥୀ ପରିଚୟ ପ୍ରଦାନ କରିଥିଲେ । କୁର୍ଲି ପଞ୍ଚାୟତ ଖମ୍ବେସି ଗ୍ରାମର ଉମାଶଙ୍କର କାଡ୍ରକା, ବିଜୟ କାଡ୍ରକା, ମଣ୍ଡ୍ରା କାଡ୍ରାକା ଏବଂ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ତରଫରୁ ସୁରେଶ ୱାଡକା, ସସ୍ମିତା ମଲ୍ଲିକ, ବେଦେ ୱାଡକା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.