ଦେବାଦେବୀ, ପ୍ରକୃତି, ମନୁଷ୍ୟ ଓ କୃଷି ସହିତ ଘନିଷ୍ଠ ସମ୍ପର୍କର ପର୍ବ; ହିଙ୍ଗୁଳା ଦେବୀଙ୍କ ଖନ୍ଦା ଚଲା ଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଡେଙ୍ଗାଗୁଡାର ଲିଙ୍ଗରାଜ ମୁଲକିଆ ପରିବାରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ଖନ୍ଦା ଚଲା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଶ୍ଵାସ ଓ ଐତିହ୍ୟର ପ୍ରତୀକ ମା’ ହିଙ୍ଗୁଳାଦେବୀଙ୍କ ଏହି ଖନ୍ଦାଚଲା ଯାତ୍ରା ଦୀର୍ଘ ପାଞ୍ଚ ବର୍ଷ ପରେ ଚଳିତବର୍ଷ ଧୁମଧାମର ପାଳିତ ହୋଇଥିଲା । ଏହି ଯାତ୍ରା ପାଇଁଁ ପରିବାର ସମେତ ସମଗ୍ର ଡେଙ୍ଗାଗୁଡା ଅଞ୍ଚଳରେ ମଙ୍ଗଳବାର ଚଳଚଞ୍ଚଳ ହୋଇଛି । ମା’ଙ୍କ ଯାତ୍ରା ଆରମ୍ଭରୁ କୋକସରା ବ୍ଲକ ସମେତ ପଡୋଶୀ ଧର୍ମଗଡ଼, ଜୟପାଟଣା ଓ କଲମପୁର ବ୍ଳକର ବିଭିନ୍ନ ଗ୍ରାମରୁ ୩୦ଗୋଟି ଦେବାଦେବୀ ମାନଙ୍କ ଶିରା, କାଳିଶୀ, ପୁଜକ ମାନଙ୍କୁ ନିମନ୍ତ୍ରଣ କରାଯାଇଥାଏ । ସମସ୍ତ ନିମନ୍ତ୍ରିତ ଦେବାଦେବୀ ମାନଙ୍କ ଲାଠି, କୁର୍ସୀ ସହିତ କାଲିଶୀ ମାନେ ସାମିଲ ହେବାପରେ ଯାତ୍ରା ପର୍ବ ଆରମ୍ଭ ହୋଇଛି । ସୋମବାର ଠାରୁ ମା’ ହିଙ୍ଗୁଳାଇଙ୍କ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ମଙ୍ଗଳବାର ସକାଳୁ ମା’ଙ୍କ ଶୁକ୍ଳ ଭୋଗରେ ପୂଜାକାର୍ଯ୍ୟ ହୋଇଥିଲା । ପରେ ନିମନ୍ତ୍ରିତ ଦେବାଦେବୀ ମାନଙ୍କ ଶିରାଙ୍କ ଦେହରେ କାଲିଶୀ ଚଢ଼ିଲା ପରେ ଦେବାଦେବୀ ମାନଙ୍କୁ ସାଜ ଶୀଆଙ୍ଗରେ ପାଛୋଟି ନିଆଯାଇଥିଲା । ପ୍ରସ୍ତୁତ ହୋଇଇଥିବା ଅଗ୍ନିକୁଣ୍ଡ (ଖନ୍ଦା) ରେ ଦେବାଦେବୀ ମାନେ ପ୍ରବେଶ କରି ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥିଲେ । ଅଗ୍ନି କୁଣ୍ଡରେ ପ୍ରବେଶ କରି ଚାଲିବା ଦୃଶ୍ୟ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ମନରେ ଭୟ ଓ ଭକ୍ତିର ମିଶ୍ରିତ ଭାବ ସୃଷ୍ଟି କରିଥିଲା । ତେବେ ମାନସିକ ଧାରୀ ଭକ୍ତମାନେ ମଧ୍ୟ ବିଶ୍ଵାସର ସହିତ ଏହି ଅଗ୍ନିକୁଣ୍ଡରେ ପ୍ରବେଶ କରି ଥିବାବେଳେ ତାଙ୍କର କୌଣସି କ୍ଷତି ହୋଇ ନାହିଁ । ଖନ୍ଦାଚଲା ସରିବା ପରେ ଦେବାଦେବୀ ମାନଙ୍କ ଲାଠି, କାଲିଶୀ ଓ କୁର୍ସୀ ପୁଣି ପୂଜା ସ୍ଥଳକୁ ଫେରିଥିଲା । ଏଥି ସହିତ ସନ୍ଧ୍ୟାରେ ଦେବୀଙ୍କ ମୁଖ୍ୟ ପୂଜାକାର୍ଯ୍ୟ ଆରମ୍ଭ ହୋଇ ବଳୀପ୍ରଥା କାର୍ଯ୍ୟ ହୋଇଥିଲା । ବୁଧବାର ବିଭିନ୍ନ ପୂଜାକାର୍ଯ୍ୟ ସହିତ ଯାତ୍ରା ସମ୍ପନ୍ନ ହେବାନେଇ ସୂଚନା ମିଳିଛି । ମା’ ହିଙ୍ଗୁଳାଦେବୀଙ୍କ ଏହି ଯାତ୍ରାରେ ଏକ ସ୍ୱତନ୍ତ୍ରତା ରହିଥିବାବେଳେ ଅଗ୍ନିକୁଣ୍ଡ (ଖନ୍ଦା) ରେ ଚାଲିବା ଦୃଶ୍ୟ ବେଶ୍ ନିଆରା । ଖନ୍ଦାଚଲା ଯାତ୍ରାଟି ଦେବାଦେବୀ, ପ୍ରକୃତି, ମଣିଷ ଓ କୃଷି ସହିତ ଘନିଷ୍ଠ ସମ୍ପର୍କ ରହିଛି । ତେଣୁ ଏହା କେବଳ ପାରିବାରିକ ମଧ୍ୟରେ ସୀମିତ ହୋଇ ନଥିବାବେଳେ ଏବେ ପର୍ବରେ ସମସ୍ତେ ଗ୍ରାମବାସୀ ମଧ୍ୟ ଆଗକୁ ଆସିଛନ୍ତି । ଯାତ୍ରାରେ କୋକସରା ବ୍ଳକର ବିଭିନ୍ନ ଗ୍ରାମରୁ ଶହ ଶହ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଲିଛି । ପୁଜକ ଲିଙ୍ଗରାଜ ମୁଲକିଆ, ଶିରା ଆଶାରାମ ଧଙ୍ଗଡାମାଝୀ ପୂଜା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପବିତ୍ର ଧଙ୍ଗଡାମାଝୀ, ରାଜେନ୍ଦ୍ର ଛତ୍ରିଆ, ମସ୍ତରାମ ବାଣୁଆ, କୈଶପ ନାଗ, କ୍ଷେତୁରାମ ପାତ୍ର, କେଦାର କୋଲଥିଆ, ଦେବରାଜ କେଲଥିଆ, ମଲ୍ଲିକ ପ୍ରସାଦ ନାଏକ, ଚନ୍ଦ୍ରଭାନୁ ନାଏକ, କେଶରୀ ଛତ୍ରିଆ, ରଜନୀ କୋଲଥିଆ, ରଜନୀ କାନ୍ତ ନାଏକ, ଉପେନ୍ଦ୍ର ବିଶି, ନରେନ୍ଦ୍ର ନାଗ, ସମ୍ବୁଶ୍ବର ନାଗ, ଦୁଷ୍ମନ୍ତ ଯୁଏଡ, ହେମରାଜ ଛତ୍ରିଆ ସମେତ ଲିଙ୍ଗରାଜ ମୁଲକିଆ ପରିବାର ଓ ସମସ୍ତ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.