ଶିକ୍ଷକ ପଦୋନ୍ନତି ତାଲିକା ପ୍ରସ୍ତୁତକୁ ନେଇ ଜିଲ୍ଳା ଶିକ୍ଷାଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାର ବିଭିନ୍ନ ବର୍ଗର ଶିକ୍ଷକମାନେ ଆଗାମୀ ଦିନରେ ହେବାକୁ ଥିବା ଶିକ୍ଷକଙ୍କ ପଦୋନ୍ନତି ସଂପର୍କରେ ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ଭେଟି ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଏଥିରେ ସରକାରଙ୍କ ଦ୍ୱାରା ପ୍ରକାଶିତ ପତ୍ର ସଂପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ ଓଡିଶା ସରକାରଙ୍କ ଗଣଶିକ୍ଷା ବିଭାଗଙ୍କ ପତ୍ର ସଂଖ୍ୟା ୫୭୫୪/୮/୩/୨୦୧୯ର ୮ମ(ଖ)-୨ରେ ଉଲ୍ଳେଖ ଥିବା ନିୟମାବଳୀ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପତ୍ର ସଂଖ୍ୟା ୭୬୦୮/୫/୪/୨୩ରେ ଉଲ୍ଳେଖ ଥିବା ନିୟମାବଳୀଗୁଡିକ ଯେପରି ସଠିକ୍ ଭାବରେ ଅବଲମ୍ବନ କରି ଜିଲ୍ଳାରେ ପଦୋନ୍ନତି ପାଇବାକୁ ଥିବା ବିଭିନ୍ନ ବର୍ଗର ଶିକ୍ଷକଙ୍କ ଭବିଷ୍ୟତକୁ ନଜରରେ ରଖି ପଦନ୍ନୋତି ତାଲିକା ପ୍ରସ୍ତୁତ କରାଯିବ ବୋଲି ଜିଲ୍ଳା ଶିକ୍ଷାଧିକାରୀ ଶ୍ରୀ ବରିହା ଏବଂ ଅତିରିକ୍ତ ଜିଲ୍ଳା ଶିକ୍ଷାଧୀକାରୀ ଭଜନଲାଲ ମାଝି ଆଶ୍ୱସନା ବ୍ୟକ୍ତ କରିଥିଲେ । ଏତଦ୍ୱାରା ରାୟଗଡା ସମଗ୍ର ଶିକ୍ଷା ଜିଲ୍ଳାରେ ପଦୋନ୍ନତି ପାଇବାକୁ ଥିବା ଶିକ୍ଷକମାନଙ୍କ ମଧ୍ୟରେ ଏକ ଖୁସିର ଲହରୀ ଖେଳି ଯାଇଛି । ଏହି ଆଲୋଚନାରେ ଶିକ୍ଷକ ଅଜିତ ଚୈାଧୁରୀ, ଶିବରାମ ମିଶ୍ର, ଗୋପାଳ ନାୟକ,ସୁବାଷ ପାଳ, ଦୁର୍ଗା ସନ୍ୟାସୀ ବେହେରା, ମନୋରଂଜନ ମିଶ୍ର, ନରେଶ ସ୍ୱାଲସିଂ, ସଦାନନ୍ଦ ନାୟକ ଓ ଅନ୍ୟ ଶିକ୍ଷକମାନେ ଉପସ୍ଥିତ ରହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.