ନୂତନ କୃଷି ସମବାୟ ସମିତି ଉଦଘାଟନ

କୃଷି ଓ କୃଷକଙ୍କ ଉନ୍ନତି ଏବଂ ଗ୍ରାମ୍ୟ ଅର୍ଥନୀତି ସୁଦୃଢ ହେବ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଓ ବଡ଼ପୋଡାଗୁଡାକୁ ନୂତନ କୃଷି ସମବାୟ ସମିତିର ମାନ୍ୟତା ମିଳିବା ପରେ ଆଜି ସମିତି ଓ କାର୍ଯ୍ୟାଳୟର ଉଦଘାଟନ ହୋଇଛି । ମୋଟେର କୃଷକ ମଞ୍ଚର ଆବାହକତ୍ୱ ଓ ଚାଷୀନେତା ଦେବେନ୍ଦ୍ର ପଟ୍ଟଯୋଶୀଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ l ସଭାପତି କେନ୍ଦ୍ର ସମବାୟ ସମିତି ଲି. ଭବାନୀପାଟଣାର ଗିରିଶ ଚନ୍ଦ୍ର ବେହେରା ଯୋଗଦେଇ ସମବାୟ ସମିତି ଦ୍ୱାରା କୃଷି ଓ କୃଷକଙ୍କ ଉନ୍ନତି ହେବା ସଙ୍ଗେ ଗ୍ରାମ୍ୟ ଅର୍ଥନୀତି ସୁଦୃଢ ହେବ ଓ ଲାଭ ଖୋର ବେପାରୀଙ୍କ ଠାରୁ ରକ୍ଷା ପାଇବେ, କୃଷି ଜାତ ଦ୍ରବ୍ୟର କ୍ରୟ ବିକ୍ରୟ ହୋଇ ସୁସମ ବଣ୍ଟନ ହୋଇ ପାରିବ ବୋଲି ବକ୍ତବ୍ୟ ରଖିଥିଲେ l ଅନ୍ୟ ଅତିଥିଙ୍କ ମଧ୍ୟରେ କୋକସରା ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ମୋଟେର ଜୋନ ଜିଲ୍ଲାପରିଷଦ ସଭ୍ୟା, ବୈଜୟନ୍ତି ପୂଝାରୀ, ଗୋନ୍ତିଆ ଫକୀର ମୋହନ ପଟ୍ଟଯୋଶୀ, ସମାଜସେବୀ ଅଶୋକ କୁମାର ଅଗ୍ରୱାଲ, ଚାରଵାହାଳ ପେକ୍ସ ସମ୍ପାଦକ ଜ୍ଞାନ ରଞ୍ଜନ ପଣ୍ଡା, କ୍ରୟ ଅଧିକାରୀ ମୋହିତ କୁମାର ବେହେରା, ସମାଜସେବୀ ସୁବ୍ରତ ପଟ୍ଟଯୋଶୀ, ଶିଳ୍ପପତି ରୋହନ କୁମାର ପଟ୍ଟଯୋଶୀ, ବିଶ୍ଵାମିତ୍ର ସିଂ, ଲଷ୍ମୀକାନ୍ତ ମିଶ୍ର, ଭବାନୀପାଟଣା ଆତ୍ମା ଅଧ୍ୟକ୍ଷ ସଚି ମହାକୁଡ଼, ଅଶୋକ କୁମାର ପଟ୍ଟନାୟକ, ଅବସର ପ୍ରାପ୍ତ ବିଭାଗୀୟ ଅଧିକାରୀ ଡମ୍ବରୁଧର ପାଣିଗ୍ରାହୀ, ସମାଜସେବୀ ଦୁଷ୍ମନ୍ତ ପଟ୍ଟଯୋଶୀ, ସରପଞ୍ଚ ବାସନ୍ତୀ ନାଏକ, ସମିତିସଭ୍ୟା ଉଆଁସୀ ପାନ, ପୂର୍ବତନ ସରପଞ୍ଚ ବଂକିମ ଦାସ, ସଫଳ ଚାଷୀ ପିତାମ୍ବର ଦଳପତି, ଚାଷୀ ପର୍ଶୁରାମ ଭଇଁସାଲ, ମୋଟେର ସମବାୟ ସମିତି ଆବାହିକା ମଞ୍ଜୁଲତା ବାଗ, ସଭାପତି ସରସ୍ବତୀ ପଟେଲ, ସୁବ୍ରତ ପଟ୍ଟଯୋଶୀ, ଦୁଷ୍ମନ୍ତ କୁମାର ପଟ୍ଟଯୋଶୀ, ପ୍ରମୁଖ ମଞ୍ଚାସିନ ଥିଲେ l ସକ୍ରିୟ ସଭ୍ୟ ଲବକାନ୍ତ ନାଏକ, ପରମେଶ୍ୱର ବାଗ, ସୁଦର୍ଶନ ବେହେରା, ତପନ ମୁଣ୍ଡ, ମୋହନ ନାଏକ, ଗୋବିନ୍ଦ ପାନ ଉପସ୍ଥିତ ରହି ସହଯୋଗ କରିଥିଲେ l ଶତାଧିକ ଚାଷୀ, ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ରହି ଖୁସି ବ୍ୟକ୍ତ କରିଥିଲେ l ସାମ୍ବାଦିକ ହିରଣ୍ୟ ବେହେରା ଓ ଶିକ୍ଷକ ରାମନାରାୟଣ ପୁଝାରୀ ମଞ୍ଚ ପରିଚାଳନା କରିଥିବା ବେଳେ ପୁରୁଷୋତ୍ତମ ଝାଙ୍କର ସଭାର ଉଦେଶ୍ୟ ଓ ଧନ୍ୟବାଦ ଜ୍ଞାପନ କରିଥିଲେ l

Omkar Vasthu
Omkar Vasthu

ସେହିପରି ଭାବେ ବଡ଼ପୋଡାଗୁଡା କୃଷକ ମଞ୍ଚ ଦ୍ୱାରା ଆୟୋଜିତ ଉଦଘାଟନୀ ଉତ୍ସବରେ ଆମପାଣି ସମବାୟ ସମିତିର ସଭାପତି ବିରଞ୍ଚି ନାରାୟଣ ପଣ୍ଡା ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସଂମ୍ମାନିତ ଅତିଥି ସରପଞ୍ଚ ଯମୁନା ନାଏକ, ବଡ଼ପୋଡାଗୁଡା ସମବାୟ ସମିତି ସଭାପତି ଦୁତିକା ନାଏକ, ଆମପାଣି ସମବାୟ ସମିତି ଉପସଭାପତି ତିଲୋତମା ନାଏକ, ଭଜମନ ନାଏକ, ଗୋବର୍ଦ୍ଧନ ନାଏକ, ମନୋଜ ଦାସ, ଧର୍ମା ନାଏକ ଉପସ୍ଥିତ ରହି ଅନୁଷ୍ଠାନିକ ଭାବରେ କୃଷି ସମବାୟ ସମିତି ର ଉଦଘାଟନ କରିଥିଲେ l ଗ୍ରାମବାସୀ ସମେତ ଶତାଧିକ ଚାଷୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.