କେନ୍ଦ୍ରୀୟ ବିଦ୍ୟାଳୟ ବଡମାଳର ବାର୍ଷିକ ଉତ୍ସବ: ମନ ମୋହିଲା ରାଜସ୍ଥାନୀ ନୃତ୍ୟ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ବଡ଼ମାଳ ଗୋଳାବାରୁଦ କାରଖାନା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ (୧) ସିନିୟର ଷ୍ଟାପ କ୍ଲବ ପରିସରରେ ବାର୍ଷିକ ଉତ୍ସବ ମହାସମାରୋହ ଅନୁଷ୍ଠିତ ହୋଇଯାଇଛି ।  ବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବରେ ବଡ଼ମାଳ ଗୋଳାବାରୁଦ କାରଖାନାର ନାରୀ କଲ୍ୟାଣ ସମିତି ସଭାନେତ୍ରୀ ଇପ୍ସିତା ଦାଶ ଓ ସମ୍ମାନିତ ଅତିଥି ଭାବରେ ସସ୍ମିତା ବେହେରା ଯୋଗଦାନ କରି ବିଦ୍ୟାଳୟର କାର୍ଯ୍ୟଧାରା ସମୁହକୁ ଭୂୟସୀ ପ୍ରଶଂସା କରିଥିଲେ । ପରେ ଅତିଥିମାନଙ୍କୁ ଅଧ୍ୟକ୍ଷ ଶ୍ରୀ ବେହେରା ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ ।

ଏହି ଉତ୍ସବରେ ବିଦ୍ୟାଳୟ ଶିକ୍ଷକ ସୁଶାନ୍ତ ଲାହା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶିକ୍ଷକ ରବିନାରାୟଣ ଯୁଆଡ଼ି ବାର୍ଷିକ ବିବରଣୀ ପାଠ କରିଥିଲେ । ସଙ୍ଗୀତ ଶିକ୍ଷୟିତ୍ରୀ ମୟୂରୀ ପାଣ୍ଡେଙ୍କ ସଂଯୋଜନାରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ରାଜସ୍ଥାନୀ ନୃତ୍ୟ ସମେତ ଅନ୍ୟାନ୍ୟ ନୃତ୍ୟକୁ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ । ଶିକ୍ଷକ ଗୁରୁପ୍ରସାଦ ପାଲ, ସତ୍ୟ ସୁମନ ଭାରତୀ , ପ୍ରହଲ୍ଲାଦ ମଲ୍ଲିକ, ଆଲଫା ସାହୁ, ଭେଙ୍କଟଶ ରମେଶ, ଦୟାନିଧି ନାୟକ, କ୍ରିଷ୍ଣା ଶର୍ମା, ଆଶୁତୋଷ ପାଲ, ଗଣେଶ ଶୁକ୍ଲାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଶେଷରେ ବିଦ୍ୟାଳୟର ମୁଖ୍ୟ ବାଳକ ମାଷ୍ଟର ଓମ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.