ଡିଗେଶ୍ୱର ବିଭାର ମୃତ୍ୟୁ ଘଟଣାରେ ବିରୋମାଲ ଗାଁ ଲୋକଙ୍କ ଏସପି ଅଫିସ ଘେରାଉ 

ଆନ୍ଦୋଳନ କାରୀଙ୍କର ପୋଲିସ ଉପରେ ପଥର ମାଡ଼; ଜଣେ ଏସଆଇ ଓ ଜଣେ କନେଷ୍ଟବଳ ଆହତ

୨ ଘଣ୍ଟା ଧରି ଭବାନୀପାଟଣା – ରାୟପୁର ଜାତୀୟ ରାଜପଥ ୩୫୩ ଅବରୋଧ

ଓଡ଼ିଆ ବାର୍ତ୍ତା/ ନୂଆପଡା (ମହେନ୍ଦ୍ର ବାଗ): ଆଜି ପୂର୍ବାହ୍ନରେ ବିରୋମାଲ ଗାଁ ଜନତା ଦରବାର ସଂଘର୍ଷ ସମିତି ତରଫରୁ ନୂଆପଡା ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା | ଘେରାଉ ସମୟରେ ଆନ୍ଦୋଳନକାରୀଙ୍କ ପଥର ମାଡ଼ ରେ ଜଣେ ଏସ. ଆଇ ଅରବିନ୍ଦ ମେହେର ଓ ଜଣେ କନେଷ୍ଠବଳ ଚନ୍ଦ୍ରଶେଖର ମାଝୀ ଆହତ ହୋଇଛନ୍ତି | ଦୀର୍ଘ ୨ ଘଣ୍ଟା କାଳ ଆନ୍ଦୋଳନକାରୀ ମାନେ ରାୟପୁର – ଭବାନୀପାଟଣା ଜାତୀୟ ରାଜପଥ ୩୫୩ କୁ ଅବରୋଧ କରି ରଖିଥିଲେ | ଯାହାଫଳରେ ୨ଘଣ୍ଟା ପାଇଁ ଯାତାୟାତ ବନ୍ଦ ହୋଇ ଯାଇଥିଲା |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରକାଶ ଯେ ବିରୋମାଲ ଗାଁର ଡିଗେଶ୍ୱର ବିଭାର ଚଳିତ ବର୍ଷ ମାର୍ଚ୍ଚ ୪ତାରିଖ ଦିନ ନିଜର ବାହାଘର କାର୍ଡ ବାଣ୍ଟିବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ | ନିଜ ଘରକୁ ଫେରୁଥିବା ସମୟରେ ଜେଞ୍ଜରା ଗାଁ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ | ପରେ ଡିଗେଶ୍ୱରଙ୍କ ସନ୍ଦେହ ଜନକ ଭାବେ ଜେଞ୍ଜରା ଗାଁ ନିକଟରେ ଶବ ଉଦ୍ଧାର ହୋଇଥିଲା | ମୃତକ ଡିଗେଶ୍ୱରଙ୍କ ସହିତ ହରି ସାହୁ ନାମକ ଏକ ବନ୍ଧୁ ମଧ୍ୟ ଥିଲା ଯିଏ କି ଡିଗେଶ୍ୱରଙ୍କ ହତ୍ୟା କରିଥିବା ଜନତା ଦରବାର ସଂଘର୍ଷ ସମିତି ସନ୍ଦେହ କରୁଛି | ଏ ନେଇ ଖରିଆର ରୋଡ ଜୋଙ୍କ ଥାନାରେ ଡିଗେଶ୍ୱରଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ | ଡିଗେଶ୍ୱର ବିଭାରଙ୍କ ମୃତ୍ୟୁ ଏକ ହତ୍ୟା ଘଟଣା ଅଟେ ଏହାକୁ ରାଜନୀତି ଚାପ କରାଯାଇ କେସକୁ ଚପେଇ ଦିଆ ଯାଉଛି ବୋଲି ଜନନେତା ଆରୋପ କରୁଛନ୍ତି | ଏହା ସହିତ ଡିଗେଶ୍ୱର ବିଭାରଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ, ଖରିଆର ରୋଡ ଆଇଆଇସିଙ୍କ କାର୍ଯ୍ୟ ଅବହେଳା ଯୋଗୁଁ ଏହି କେସକୁ କ୍ରାଇମ ବ୍ରାଞ୍ଚ ତଦନ୍ତ କରାଯାଉ ଏବଂ ଆଇଆଇସିଙ୍କ ବଦଳି କରାଯାଉ ବୋଲି ଜନତା ଦରବାର ସଂଘର୍ଷ ସମିତି ନୂଆପଡା ଆରକ୍ଷୀ ଅଧିକାରୀଙ୍କୁ ଦାବୀ ଜଣାଇଛନ୍ତି | ଯଦି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯାଏ ତେବେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ ବୋଲି ଜନତା ଦରବାର ସଂଘର୍ଷ ସମିତି ସୂଚନା ଦେଇଛି | 

Udyog Nursery
Udyogi Nursery

ଏହି ଆନ୍ଦୋଳନରେ ନୂଆପଡା ବାର ଏସୋସିଏସନ ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ, ଟାଣୁଆ ଆଦିବାସୀ ନେତା ତଥା ଜୋନ-୮ ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ସିଂ ମାଝୀ, ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝୀ, ଜିଲ୍ଲା ଯାଦବ ସମାଜ ସଭାପତି ତଥା ଜୋନ-୯ ଜିଲ୍ଲାପରିଷଦ ସଭ୍ୟ ଭାରତଲାଲ ରାଉତ, ଗରିବ ସେନା ସଭାପତି ରବି ମଙ୍ଗରାଜ, କମଳଚରଣ ତାଣ୍ଡି, ସାହରୁଖ ଖାନ, ସରପଞ୍ଚ ଅମର ଚନ୍ଦ୍ରକାର, ସମିତି ପ୍ରେମ ମାଝୀ,ସନି ସାହୁ,ମନୁ ଚନ୍ଦ୍ରକାର, ଉତ୍ତମ ଚନ୍ଦ୍ରକାର, ଗୋପାଲ ସାହୁ, ଲୋପ ଚନ୍ଦ ଚନ୍ଦ୍ରକାର ପ୍ରମୁଖ ଉପସ୍ଥିତ ଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.