ଖୁବ ଶୀଘ୍ର ବାହାରିବ ସିବିଏସ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଖୁବ ଶୀଘ୍ର ପ୍ରକାଶ ପାଇପାରେ ସିବିଏସଇ ରେଜଲ୍ଟ । ଏ ନେଇ ସିବିଏସଇ ପକ୍ଷରୁ ସୂଚନା ଦିଆ ଯାଇଛି । ଯଦିଓ ଏଥିରେ ତାରିଖ ଓ ସମୟ ଦିଆ ଯାଇନାହିଁ ତେବେ  ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ଯାଇଛି । ଅପେକ୍ଷାର ଅନ୍ତ ଘଟିଛି । ଖୁବ ଶୀଘ୍ର ରେଜଲ୍ଟ ବାହାରିବ ବୋଲି କୁହାଯାଇଛି । ଏଥରୁ ଅନୁମାନ କରାଯାଉଛି ଖୁବ ଶୀଘ୍ର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇପାରେ  । ସିବିଏସଇର ଅଫିସିଆଲ ୱେବସାଇଟ  cbse.nic.in କିମ୍ବା cbseresults.nic.in ରୁ ଛାତଛାତ୍ରୀ  ରେଜଲ୍ଟ ଜାଣି ପାରିବେ   । ଏହି ଅଫିସିଆଲ ୱେବ ସାଇଟ ସହ  digilocker.gov.in ରେ ମଧ୍ୟ ରେଜଲ୍ଟ ‌ ଦେଖିପାରିବେ । ରେଜଲ୍ଟ ଏବଂ ମାର୍କସିଟ କେମିତି ଡାଉନ ଲୋଡ କରାଯିବ ତାହା ମଧ୍ୟ କୁହାଯାଇଛି ।  ଛାତ୍ରଛାତ୍ରୀମାନେ ସିବିଏସ୍‌ଇ ରେଜଲ୍ଟ ଡିଜିଲକର୍‌ ଆକାଉଣ୍ଟକୁ ଆକ୍ଟିଭେଟ୍‌ କରି ମାର୍କସିଟ୍‌ ଡାଉନଲୋଡ୍‌ କରିପାରିବେ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ୬ ଡିଜିଟ୍‌ ସିକ୍ୟୁରିଟି ପିନ୍‌ ଦେବାକୁ ପଡ଼ିବ । ବୋର୍ଡ ପକ୍ଷରୁ ‌ଅନୁବନ୍ଧିତ ସ୍କୁଲ୍‌ ଗୁଡ଼ିକୁ ଡିଜିଲକର୍‌ ସିକ୍ୟୁରିଟି ପିନ୍‌ ଶେୟାର କରାଯାଇଛି । ସୂଚନାଥାଉ କି,  ଚଳିତ ବର୍ଷ ମାର୍ଚ୍ଚ ୧୫ରୁ ୨୧ ପର୍ଯ୍ୟନ୍ତ ସିବିଏସ୍‌ଇ ଦଶମ ପରୀକ୍ଷା ହୋଇଥିଲା । ଏଥିପାଇଁ ୨୧ ଲକ୍ଷ ୮୬ ହଜାର  ୯୬୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ସେହିପରି ସିବିଏସଇ ଦ୍ୱାଦଶ ପରୀକ୍ଷାପାଇଁ ୧୯ ଲକ୍ଷ ୯୬ ହଜାର ୭୭୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ଚଳିତବର୍ଷ ପ୍ରାୟ ୩୮ ଲକ୍ଷ ଛାତ୍ରଛାତ୍ରୀ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.