ରେଡକ୍ରସ ତରଫରୁ ଯଶୋଦା ଅନାଥାଶ୍ରମରେ ପୋଷାକ ଓ  ହାଇଜିନ କିଟ୍ ବଣ୍ଟନ

ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): ଧର୍ମଗଡ ନିକଟସ୍ଥ ଗମ୍ଭାରୀଗୁଡା ଠାରେ ଥିବା ଯଶୋଦା ଅନାଥାଶ୍ରମ ଠାରେ ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟଶାଖା ତରଫରୁ ଅନାଥ ଶିଶୁ, ବୃଦ୍ଧ-ବୃଦ୍ଧା ଓ ମାନସିକ ବିକଳାଙ୍ଗ ଳମାନଙ୍କୁ  ପୋଷାକ ଓ ହାଇଜିନ କିଟ୍ ବଣ୍ଟନ କରାଯାଇଛି । ଏହି ମାନବୀୟ ସେବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ଉପଜିଲ୍ଲାପାଳ ବେଦଭୂଷଣ, ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର, ରେଡକ୍ରସ ଜିଲ୍ଲା ଶାଖା ସଂପାଦକ ପ୍ରମୋଦ କୁମାର ଖିଲୋ, ବିଡିଓ ଶରତ କୁମାର ସେଠୀ, ସମାଜସେବୀ ହୃଷିକେଶ ମିଶ୍ର, ଆଜୀବନ ସଦସ୍ୟ ଲିଂଗରାଜ ପାତ୍ର, ବିବେକ ରଂଜନ ମିଶ୍ର, ଜୟନ୍ତ କୁମାର ଜେନା, ଏନଏସି ଉପାଧ୍ୟକ୍ଷା ମନିଷା ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ । ଜିଲ୍ଲା ଯୁବରେଡକ୍ରସ ସଂଯୋଜକ ଶାନ୍ତନୁ କୁମାର ପରିଡାଙ୍କ ସଂଯୋଜନାରେ ଯୁବରେଡକ୍ରସ ପରାମର୍ଶଦାତା ସରୋଜ କୁମାର ପଣ୍ଡା, ଗୋବିନ୍ଦ ସାହୁ, ସଂଜୀବ କୁମାର ମୁଣ୍ଡ, ସରୋଜ କୁମାର ପଟ୍ଟଯୋଶୀ, ପଦ୍ମାଳୟା ଦଣ୍ଡସେନା, ମୋହନ ଚରଣ ବିଷି, କନିଷ୍ଠ ରେଡକ୍ରସ ପରାମର୍ଶଦାତା ସନ୍ତୋଷ କୁମାର ପାଣିଗ୍ରାହୀ ଓ ଆଜୀବନ ସଦସ୍ୟ ଲକ୍ଷପତି ନାଏକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ କୋମେଟା ଇନ୍ଟିଲେକ୍ଟର କାର୍ଯ୍ୟ ନିର୍ବାହି ଅଧିକାରୀ ଘନଶ୍ୟାମ ଅଗ୍ରୱାଲଙ୍କ ବୈଷୟିକ ସହାୟତାରେ ଯଶୋଦା ଅନାଥ ଆଶ୍ରମ ନାମରେ ଏକ ଓ୍ବେବସାଇଟ ଉପ ଜିଲ୍ଲାପାଳ ଉଦଘାଟନ କରିଥିଲେ । ଯଶୋଦା ଅନାଥାଶ୍ରମର ମୁଖ୍ୟ ପରିଚାଳକ ଶ୍ୟାମ ସୁନ୍ଦର ଜାଲ ଓ କସ୍ତୁରୀ ଜାଲଙ୍କ ଉପସ୍ଥିତିରେ ଆୟୋଜିତ କାର୍ଯ୍ୟକ୍ରମରେ ଭାରତୀୟ ରେଡକ୍ରସ ସୋସାଇଟି କଳାହାଣ୍ଡି ଜିଲ୍ଲା ଶାଖାର କର୍ମକର୍ତ୍ତା, ଆଜୀବନ ସଦସ୍ୟ, ଯୁବ ଓ କନିଷ୍ଠ ରେଡକ୍ରସର ପରାମର୍ଶଦାତା ତଥା ସ୍ବେଛାସେବୀ  ଛାତ୍ରଛାତ୍ରୀ, ବିଭିନ୍ନ ସ୍ବେଛାସେବୀ ସଂଗଠନ ଓ ସାମ୍ବାଦିକମାନେ ସାମିଲ ହୋଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.