ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ନର୍ଲାରେ ଯୁବ ୨୦ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ନର୍ଲା: ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ କଳାହାଣ୍ଡି ଜିଲ୍ଲା ନର୍ଲା ସ୍ଥିତ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଯୁବ ୨୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ନାରାୟଣ ପ୍ରସାଦ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ କର୍ଲାପଡା ମୋହନ ପୁଟେଲ, ସମ୍ମାନିତ ଅତିଥି ଭାବେ ନର୍ଲା ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ଇଂରାଜୀ ବିଭାଗ ଅଧ୍ୟାପିକା ବାସନ୍ତୀ ସାହୁ ମଧ୍ୟ ଉପସ୍ଥିତ ରହିଥିଲେ । ଯୁବକ ମାନଙ୍କର ସେବା ମନୋଭାବ ସମାଜର ବିକାଶ ପାଇଁ ଅପରିହାର୍ଯ୍ୟ ବୋଲି ମୁଖ୍ୟ ଅତିଥି ଶ୍ରୀ ପୁଟେଲ କହିଥିବାବେଳେ, ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ସୁଶାନ୍ତ କୁମାର ସାହୁ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢା ସହିତ ଏମିତି କିଛି ପଦକ୍ଷେପ ନେବା ଉଚିତ୍ ଯାହାଦ୍ଵାରା ସମାଜର ବିକାଶ ହୋଇପାରିବ ଏବଂ ଯୁବକ ଗୋଷ୍ଟୀ ହିଁ ବାସ୍ତବରେ ଆଗେଇ ଆସିଥାନ୍ତି ସମାଜର ହୀତ କାର୍ଯ୍ୟ ପାଇଁ ବୋଲି ସଂକ୍ଷେପରେ ଆଲୋକପାତ କରିଥିଲେ । ଅଧ୍ୟାପିକା ବାସନ୍ତୀ ସାହୁ ନିଜର ପ୍ରେରଣା ଦାୟକ ଉଦ୍ଦବୋଧନ ଦ୍ଵାରା ସମସ୍ତଙ୍କୁ ଛାତ୍ର ଜୀବନର କର୍ମ କ’ଣ ସେନେଇ ଆଲୋକପାତ କରିଥିଲେ । ଉପସ୍ଥିତ ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ କୁନି ନାଏକ, କ୍ଷମା ପ୍ରସାଦ ସିଂଦେଓ, ଚିତ୍ତରଞ୍ଜନ ବାରିକ, ନିକିତା ସାହୁ, ତୁଷାର ଭୋଇ, ଭୀମ ଗଉଡ, ପୂଜା ରାଣୀ ପାତ୍ର, ପଞ୍ଚାନନ ମାଝୀ, ଦୀପକ ରଞ୍ଜନ ପ୍ରଧାନ, ସରୋଜ ପ୍ରଧାନ, ଦିଲ୍ଲୀପ ମାଝୀ, ହୁଏନସାଂ ପୋଢ଼, ସ୍ନେହା ଅଗ୍ରୱାଲ, ଅଙ୍କିତା ମାଝୀ, ମିନୁ ରଣା ଓ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ଶେଷରେ କାର୍ଯ୍ୟକ୍ରମ ଅଧିକାରୀ ସୁଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.