ବାତ୍ୟା ମୋଚା; ଆଲର୍ଟ ବାଂଲାଦେଶ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ରବିବାର ଅପରାହ୍ନରେ ସ୍ଥଳଭାଗ ଛୁଇଁବ ଘୂର୍ଣ୍ଣିବାତ୍ୟା ମୋଚା। ମିଆଁମାର କ୍ୟୋକ୍‌ପ୍ୟୁରେ ଓ ବାଂଲାଦେଶ ଦକ୍ଷିଣାଞ୍ଚଳ କୋକ୍ସ ବଜାର ମଧ୍ୟରେ ଲାଣ୍ଡଫଲ୍ କରିବା ନେଇ ଆଶଙ୍କା ରହିଛି ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁବା ବେଳେ ବଙ୍ଗୋପ ସାଗରରେ ପବନରେ ବେଗ ୨୦୦ କିମି ପ୍ରତିଘଣ୍ଟା ରହିବ।ଏହାକୁ ନେଇ ବାଂଲାଦେଶର ଛଟଗ୍ରାମ, କୋକ୍ସ ବଜାର ଓ ପାୟାର ପୋର୍ଟରେ ସତର୍କ ସୂଚନା ଜାରି କରାଯାଇଛି। ଦୁଇ ଦଶନ୍ଧୀ ପରେ ବାଂଲାଦେଶ ଉପକୂଳରେ ଏଭଳି ଏକ ବଡ଼ ବାତ୍ୟା ମାଡ଼ ହେବାକୁ ଯାଉଛି। ଏହା ପୂର୍ବରୁ ବାତ୍ୟା ସିଦିର ବାଂଲାଦେଶ ମାଡ଼ ହୋଇଥିଲା ବୋଲି ବାଂଲାଦେଶ ପାଣିପାଗ ବିଭାଗର ଅଜିଜୁର ରେହମାନ କହିଛନ୍ତି। ବାଂଲାଦେଶ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରଣାଳୟର ପ୍ରବକ୍ତା କହିଛନ୍ତି ଯେ ବାତ୍ୟା ପାଇଁ ଉପକୂଳବର୍ତ୍ତି ଅଞ୍ଚଳରୁ ହଜାର ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି। ରୋହିଙ୍ଗିଆ ମୁସଲମାନଙ୍କୁ କ୍ୟାମ୍ପରୁ ହଟାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ଦ୍ୱୀପାଞ୍ଚଳଗୁଡ଼ିକରେ ମଧ୍ୟ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବା ବେଳେ ଦକ୍ଷିଣରେ ଥିବା ଉପକୂଳବର୍ତ୍ତି ଅଞ୍ଚଳମାନଙ୍କରେ ଲୋକଙ୍କୁ ସତର୍କ କରାଯାଇଛି। ବାତ୍ୟାରେ ମୂଶଳ ଧାରାରେ ବର୍ଷା ହେବାର ଆଶଙ୍କା ଥିବାରୁ ମାଟି ଅତଡ଼ା ଖସିବାର ଭୟ ରହିଛି। ତେଣୁ  ଅସୁରକ୍ଷିତ ସ୍ଥାନରେ ଥିବା ଲୋକମାନଙ୍କୁ ସତର୍କ କରାଯାଇଛି। ଏନେଇ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେକ୍ ହସିନା କହିଛନ୍ତି ଯେ ମୋଚ ପାଇଁ ଆମେ ପ୍ରସ୍ତୁତ ରହିଛୁ। ଭାସନ ଚର ଉପକୂଳ ଦ୍ୱୀପରେ ୫୫ଟି ଆଶ୍ରୟ ସ୍ଥଳ କରାଯାଇଛି। ଯେଉଁଠି ୩୦ ହଜାର ରୋହିଙ୍ଗିଆଙ୍କୁ ରଖି ହେବ। ବାଂଲାଦେଶ ଉପକୂଳବର୍ତ୍ତି ବନ୍ଦରଗୁଡିକରେ କାର୍ଯ୍ୟ ନିଲମ୍ବିତ କରାଯାଇଥିବା ବେଳେ ବିମାନ ବନ୍ଦ ସେବା ରଦ୍ଦ କରାଯାଇଛି। ସେହିପରି ମିଆଁମାର୍‌ରେ ମଧ୍ୟ ବାତ୍ୟା ସ୍ଥିତି ଉପରେ ନଜର ରଖାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.