ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ କଲମ ଗ୍ରାମ ପଞ୍ଚାୟତ ଆନ୍ତରଗତ ବିଲେଇକୁନି ଗ୍ରାମର ଲଳିତା ଯାନୀଙ୍କ ଘରର ଟିଣ କାଳ ବୈଶାଖୀ ରେ ଉଡି ଯିବାରୁ ତାଙ୍କ ପରିବାର ଏବେ ଅନ୍ୟ ଘରେ ଆଶ୍ରୟ ନେଇଛନ୍ତି । ସ୍ୱାମୀ ଧରଣୀଧର ଥିବା ସମୟରେ ସେ ଏହି ଘର କରିଥିଲେ । ସେଥିରେ ସେମାନେ ଟିଣ ପକେଇ ରହୁଥିଲେ l ଗତ ବର୍ଷ ଧରଣୀଙ୍କର ଏକ ଅଜଣା ରୋଗରେ ପଡି ଦେହାନ୍ତ ହୋଇଥିଲା l ଫଳରେ ଦୁଇ ଛୁଆ ଅର୍ଚିତା ଯାନୀ ଓ ରାକେଶ ଯାନୀଙ୍କୁ ନେଇ ଲଳିତା ଜୀବନ ଯାପନ କରୁଛନ୍ତି l ଲଳିତା ନିଜେ ପର ଘରେ ମୂଳ ଲାଗି ପରିବାର ପ୍ରତି ପୋଷଣ କରୁଥିବା ବେଳେ ଘର ଭାଙ୍ଗି ଯିବାରୁ କିପରି ସଜାଡିବେ ସେ ନେଇ ଚିନ୍ତାରେ ପଡିଛନ୍ତି l ଲଳିତାଙ୍କୁ ଘର ଭଙ୍ଗା ସହାୟତା, ତହସିଲ ଅଫିସରୁ ପଲିଥିନ ସହ ବିଧବା ଭତ୍ତା ଓ ତାଙ୍କର ଛୁଆ ମାନଙ୍କୁ ପଢିବାରେ ସହଯୋଗ କରିବାପାଇଁ ସ୍ବେଛାସେବୀ ଯଶୋବନ୍ତ ରଣା ଓ ଗ୍ରାମୀବାସୀ ଦାବି କରିଛନ୍ତି l ଘରଭଙ୍ଗା ସହାୟତା ଯୋଗାଇ ଦେଲେ ସେମାନେ ଘର ସଜାଡି ପାରିବେ ବୋଲି ଲଳିତା ମଧ୍ୟ ଦାବି କରିଛନ୍ତି l