ନୂଆ ୩ ମନ୍ତ୍ରୀଙ୍କ ମଧ୍ୟରୁ କାହାକୁ ମିଳିଲା କେଉଁ ବିଭାଗ ?

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଲୋକସେବା ଭବନର କନଭେନସନ ସେଣ୍ଟରରେ ଆଜି ସକାଳ ୯ଟା ୫୦ ରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ବିକ୍ରମ କେଶରୀ ଆରୁଖ, ଶାରଦା ନାୟକ ଏବଂ ସୁଦାମ ମାରାଣ୍ଡି । ରାଜ୍ୟପାଳ ପ୍ରଫେସର ଗଣେଶୀ ତିନି ନୂଆ ମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ସମୟରେ ଉପସ୍ଥିତ ରହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନ୍ୟ ସମସ୍ତ ମନ୍ତ୍ରୀ, ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ, ଗତ ୧୨ ତାରିଖ ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ଦୁଇ ମନ୍ତ୍ରୀ ସମୀର ଦାସ ଓ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ । ସେହିପରି ବାଚସ୍ପତି ପଦରୁ ମଧ୍ୟ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିଲେ । ଅନ୍ୟପଟେ ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ଘଟିଥିଲା । ତେଣୁ ରାଜ୍ୟ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଖାଲି ରହିଥିବା ସ୍ବାସ୍ଥ୍ୟ, ଗଣଶିକ୍ଷା ଓ ଶ୍ରମ ବିଭାଗ ଭଳି ତିନି ବିଭାଗକୁ ତିନି ମନ୍ତ୍ରୀଙ୍କ ମଧ୍ୟରେ ବଣ୍ଟାଯାଇଛି । ବର୍ତ୍ତମାନ ବିକ୍ରମ କେଶରୀ ଆରୁଖ ଅର୍ଥ ବିଭାଗର ଦାଇତ୍ୱ ପାଇଥିବାବେଳେ ଗଣଶିକ୍ଷା ମନ୍ତ୍ରୀ ହୋଇଛନ୍ତି ସୁଦାମ ମାରାଣ୍ଡି ଓ ଶ୍ରମ ମନ୍ତ୍ରୀ ହୋଇଛନ୍ତି ଶାରଦା ନାୟକ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.