ବାଇକ-ହାଇୱା ମୁହାଁମୁହିଁ, ଶାଳୀ-ଭିଣେଇ ମୃତ

ଡ଼ୁମେରପାଣି ଠାରେ ସଡ଼କ ଦୁର୍ଘଟଣା

ବାପାଙ୍କ ମୃତ୍ୟୁର ୧୩ ଦିନ ପରେ ଚାଲିଗଲେ ପୁଅ

ଓଡ଼ିଆ ବାର୍ତ୍ତା/ ନୂଆପଡା (ମହେନ୍ଦ୍ର ବାଗ): ବାପାଙ୍କ ମୃତ୍ୟୁକୁ ହେଉଥିଲା ୧୩ ଦିନ ଓ ଘରକୁ ଆସିଥିବା ଶାଳୀକୁ ଶଶୁର ଘର ଛାଡି ଯାଉ ଥିବା ସମୟରେ ଡମ୍ଫର ଧକ୍କାରେ ଅକାଳ ରେ ଦୁହିଁଙ୍କ ଜୀବନ ଚାଲିଯାଇଛି | ସଦର ବ୍ଲକ ଡ଼ୁମେରପାଣି ଗାଁ ମୁଣ୍ଡ ପୋଖରୀ ଠାରେ ରବିବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣା ହୋଇଛି | ଏକ ବାଲି ବୋଝଇ ହାଇୱା ନମ୍ବର (OD 26 D 2036) ଓ ଏକ ପଲସର ବାଇକ (OD26F3768) ଉଭୟ ମୁହାଁମୁହିଁ ହୋଇ ଗୋଟିଏ ପରିବାରର ଶାଳୀ ଭିଣେଇ ମୃତ୍ୟୁ ବରଣ କରିଛନ୍ତି | ପ୍ରକାଶ ଯେ ମୃତକ ଭିଣେଇ ନୂଆପଡା ଏନ. ଏ. ସି ୱାର୍ଡ ନମ୍ବର ୮ ପାଲସାଗୁଡା ଗାଁର କମଲେଶ ମହାନନ୍ଦ (୩୩) ଓ ତାଙ୍କ ଶାଳୀ ସଦର ବ୍ଲକ ଡ଼ୁମେରପାଣି ପଂଚାୟତ ର ନନ୍ଦପୁର ଗାଁ ର କ୍ରିତିକା କ୍ଷେତ୍ରପାଲ (୧୮) ବୋଲି ଜଣା ପଡିଛି | ତେବେ ପ୍ରଚୁର ରକ୍ତସ୍ରାବ ହୋଇ କ୍ରିତିକାଙ୍କର ଦୁର୍ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘାଟି ଥିଲା ବେଳେ କମଲେଶଙ୍କୁ ସ୍ଥାନୀୟ ଲୋକେ ଡ଼ୁମେରପାଣି ସରପଞ୍ଚ ଟେକରାମ ସାହୁଙ୍କ ସାହାଯ୍ୟରେ ଉଦ୍ଧାର କାରି ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ | ସେଠାରେ ପ୍ରାଥମିକ ଚିକିତ୍ସା ପରେ ରାଇପୁରକୁ ନେବା ବାଟ ରେ ଚିକିତ୍ସାଧିନ ଅବସ୍ଥାରେ ହିଁ କମଲେଶଙ୍କ ମୃତ୍ୟୁ ଘଟିଥିଲା | ତେବେ ଦୁର୍ଘଟଣା ପରେ ଡ଼ୁମେରପାଣି ଗାଁରେ ଉତ୍ତେଜନା ଦେଖା ଦେଇଥିଲା | ଗାଁ ବସ୍ତି ଦେଇ ବଡ଼ ବଡ଼ ଭାରି ଯାନବାହାନ ଚଳାଚଳ ହେବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା | ମୃତକ ପରିବାରକୁ ଅନୁକମ୍ପା ଦାବୀ କରି ଲୋକେ ଯୁବତୀଙ୍କ ମୃତ ଦେହ ପୋଲିସକୁ ଉଦ୍ଧାର କରିବାକୁ ଦେଇ ନ ଥିଲେ | ବିଳମ୍ବିତ ରାତିରେ ଉଭୟ ଡମ୍ଫର ମାଲିକ ଓ ମୃତକ ପରିବାରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ଓ ପରେ ଡମ୍ଫର ସହିତ ଦୁଇ ମୃତ ଦେହ ଜବତ କରିଥିବା ପୋଲିସ ସୂଚନା ଦେଇଛି | ଶବ ବ୍ୟବଛେଦ ପରେ ସୋମବାର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.