ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ୱାର୍ଡ ନଂ ୯ର ବିଶିଷ୍ଟ ବ୍ୟବସାୟୀ ସୁବାସ ଅଗ୍ରୱାଲଙ୍କ ବାସଭବନରୁ ଗତ କାଲି ରାତି ୨ ଟା ସମୟରେ କିଛି ଦୁବୃର୍ତ୍ତ ଘରର ପଛ ପଟ ରୋଷେଇ ଘର ର କବାଟ ଭାଙ୍ଗି ୮ ରୁ ୯ ଜଣ ଦୁର୍ବୃତ୍ତ ଘର ଭିତରକୁ ପଶି ପରିବାର ସମସ୍ତ ଲୋକଙ୍କୁ ଖଣ୍ଡା ତାଲବାର ଦେଖାଇ ଧମକ ଦେଇ ରଶିରେ ମୁଁହ, ଗୋଡ଼ ଓ ହାତ ବାନ୍ଧି ନଗଦ ୬ ଲକ୍ଷ ଟଙ୍କା ସୁନା ଓ ରୂପା ଗହଣା ଚୋରି କରି ନେଇଯାଇ ଥିଲେ । ସୁବାସ ଅଗ୍ରୱାଲଙ୍କ କହିବା ଅନୁଯାୟୀ ଦୂର୍ବୁର୍ତ୍ତ ମାନେ ହିନ୍ଦୀ ଓ ବିହାରି ଭାଷାରେ କଥା ବାର୍ତ୍ତା ହେଉଥିଲେ । ଏ ଠାରେ ପ୍ରକାଶ ଥାଉ କି ସୁବାସ ଅଗ୍ରୱାଲ କେସିଙ୍ଗା ସହରର ଜଣେ ଜଣାଶୁଣା ବ୍ୟବସାୟୀ ତାଙ୍କର କେସିଙ୍ଗାରେ ଏକ କୃଷି ଯନ୍ତ୍ରପାତି କାରଖାନା ଅଛି । ଖବର ପାଇ କେସିଙ୍ଗା ଆଇ ଆଇ ସିଙ୍କ ନେତୃତ୍ୱରେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବା ଜଣାପଡିଛି । ଭବାନୀପାଟଣାରୁ ସାଇନଟିଫିକ ଟିମ୍ ଓ ସନ୍ଧାନି କୁକୁର ଆଣି ତଦନ୍ତ କରାଯାଉଛି । କେସିଙ୍ଗାରେ ଯାତାୟାତର ସମସ୍ତ ସୁବିଧା ଥିବାରୁ ବାହାର ରାଜ୍ୟ ଓ ଜିଲ୍ଲାରୁ ଚୋରମାନେ ଆସି ଚୋରି କରି ପଲାଇ ଯାଉଛନ୍ତି । ତେଣୁ ଏଠାରେ ପୋଲିସର ରାତ୍ରି ପେଟ୍ରୋଲିଙ୍ଗ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.