ରାକସୀରେ କପା ଚାଷ ଉପରେ ଚାଷୀ ସଚେତନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଭାନପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ରାକସୀ ଗ୍ରାମର ଚାଷୀଙ୍କୁ ନେଇ କପଚାଷ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନର୍ଲା ବ୍ଲକ କୃଷି ଅଧିକାରୀ ରଜତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ସ୍କିମ ଅଧିକାରୀ, କେସିଙ୍ଗା ସହକାରୀ କୃଷି ଅଧିକାରୀ ବିଶ୍ଵନାଥ ମହାପାତ୍ର ଓ ସଏଲ କେମିଷ୍ଟ ଶୁଭେନ୍ଦୁ କୁମାର କର ରିସୋର୍ସ ପର୍ଶନ ଭାବରେ କର୍ମଶାଳା ରେ ଯୋଗଦାନ କରି ଉତ୍କୃଷ୍ଟ ମାନର କପା ଚାଷ ପ୍ରଣାଳୀ ଓ ଏହାର ବଜାର ପରିଚାଳନା ବିଷୟରେ ଉପସ୍ଥିତ ଚାଷୀଙ୍କୁ ବୁଝାଇଥିଲେ । ପ୍ରଥମେ ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର ସ୍ୱଗାତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ । ନର୍ଲା ବ୍ଲକ କୃଷି ଅଧିକାରୀ ଶ୍ରୀ ମିଶ୍ର ମରୁଡି ପରିସ୍ଥିତିର ମୁକାବିଲା କରିବା ପାଇଁ ଚାଷୀ ମିଶ୍ରିତ କୃଷିକୁ ଗୁରୁତ୍ୱ ଦେବା ଏକାନ୍ତ ଆବଶ୍ୟକ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ରାକସୀ ଗ୍ରାମର ୫୦ ରୁ ଉର୍ଦ୍ଧ୍ବ ବରିଷ୍ଠ କୃଷକମାନେ ଉପସ୍ଥିତ ରହି ଉନ୍ନତ ମାନର କପାଚାଷ ଓ ଏହାର ବଜାର ପରିଚାଳନା ବିଷୟରେ ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିବା ସହ କୃଷି ଅଧିକାରୀ ମାନଙ୍କୁ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.