ମା ଦୁର୍ଗାଙ୍କ ନଗର ପରିକ୍ରମା ଅନୁଷ୍ଠିତ

ନର୍ଲାରୋଡ଼ ଦୁର୍ଗା ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧୀନସ୍ଥ ସର୍ଗିଗୁଡା ଗ୍ରାମ ପଂଚାୟତର ନର୍ଲାରୋଡ଼ରେ ଗତ ୨୫।୫ ରୁ ଚାଲିଛି ଦୁର୍ଗା ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଓ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ । ଗତକାଲି ୨୫।୫ ରବିବାର ଅପରାହ୍ନ ୫ ଘଣ୍ଟା ସମୟରେ ମା ଦୁର୍ଗାଙ୍କ ନଗର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିଚାଳନା କମିଟିର ସଭାପତି ଯଜ୍ଞ କର୍ତ୍ତା ବିମଲ କୁମାର କେଡ଼ିଆ ଓ ସମ୍ପାଦକ ହମେଶ କୁମାର ଜୈନ ଯଜ୍ଞ କର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ସୁଲେଖଚନ୍ଦ ଜୈନ, ନନ୍ଦକିଶୋର ଜେନା, ଚକ୍ରଧର ସା, କଳାହାଣ୍ଡି ସାଂସଦଙ୍କ ନର୍ଲା ପ୍ରତିନିଧି ପ୍ରଦୀପ କୁମାର ନାଏକ, ଜହରଲାଲ ବିଶ୍ଵାଳ, ରାଜା ପରିଡା, ମଧୁ ସୁଦନ ରାଉତ, ରାଜୀନ ସାହୁ, ସାନକୁନୁ ଚାନ୍ଦ, ସୁଲେଖ ଚନ୍ଦ ଜୈନ, ବାବୁଲା ମହାରଣା, ଦୀପକ ଜୈନ ଫକ ପାଢ଼ୀ, ବାବୁଲା ରାଉତ, ବିନାୟକ ମହନ୍ତ, ତୀର୍ଥ ବୁଦ୍ଧିଆ, ଓଁପ୍ରକାଶ ଜାଠ, ମୁକେଶ ଅଗ୍ରୱାଲ, ଶରତ ସାହାଣୀ, ରାଜା ପରିଡା, ନିକୁଞ୍ଜ ଦତ୍ତା, ରାଜୀନ ସାହୁ, ଓଁ ପ୍ରକାଶ ପୂଝାରୀ, ପିତାମ ପ୍ରମୁଖ ଙ୍କ ସମେତ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାଙ୍କ ମାର୍ବଲ ପ୍ରତିମୂର୍ତ୍ତିକୁ ଏକ ସୁସଜ୍ଜିତ ବିମାନରେ ବସାଇ ହାତରେ ମାଙ୍କ ଧ୍ବଜା ଧରି, ଡିଜେ ଓ ଘଣ୍ଟ ବାଦ୍ୟ ନାଦରେ ଆତସବାଜି କରି ହନୁମାନ ମନ୍ଦିର ଛକରୁ ଶିଶୁମନ୍ଦିର ଚାରିଛକ ଦେଇ ରେଳବାଇ ଫାଟକ ପଟୁ ସର୍ଗିଗୁଡା ଦେଇ ପୁଣି ଦୂର୍ଗା ମନ୍ଦିର ପର୍ଯ୍ୟନ୍ତ ନଗର ପରିକ୍ରମା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନର୍ଲାରୋଡ଼ ଓ ସର୍ଗିଗୁଡା ଗ୍ରାମର ରାସ୍ତା ପାର୍ଶ୍ଵରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ନିଜ ନିଜ ଦୁଆରେ ଲିପାପୋଛା କରି ଝୋଟି ଦେଇ କଳସ ସ୍ଥାପନା କରି ବିମଙ୍କୁ ସ୍ୱଗତ କରିବା ସହିତ ବନ୍ଦାପନା କରିଥିଲେ । ଦୁର୍ଗା ମାତାଙ୍କ ଜୟଧ୍ଵନିରେ ପ୍ରକମ୍ପିତ ହୋଇଥିଲା ଖଣ୍ଡ ମଣ୍ଡଳ । ଆଜି ସୋମବାର ଦୁର୍ଗା ମା ଓ ନବ ନିର୍ମିତ ଦୁର୍ଗା ମନ୍ଦିରକୁ ମହାସ୍ନାନ କରାଯାଇ ଦିବା ୧୧ ଘଣ୍ଟା ସମୟରେ ପ୍ରାଣ ପ୍ରତିଷ୍ଠା କରାଯାଇଛି । ଆସନ୍ତା କାଲି ମଙ୍ଗଳବାର ଦିନ ସିଂହାସନ ଆରୋହଣ କରିବେ ଦୁର୍ଗା ମା । ମନ୍ଦିର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଓ ଅନବରତ ଯଜ୍ଞ, ଅଖଣ୍ଡ ନାମଯଜ୍ଞ ରେ ନର୍ଲାରୋଡ଼ ତଥା ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଂଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.