ଡୋକରୀଦରରେ ବୁଡି ଯୁବକ ନିଖୋଜ ଘଟଣା: ୨୪ ଘଣ୍ଟା ପରେ ହେଲା ମୃତଦେହ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ରବିବାର ଅପରାହ୍ନରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାର ଡୋକରୀଦର ଝରଣାରେ ବୁଡ଼ି ନିଖୋଜ ହୋଇଥିବା ଯୁବକ ଅମନ ଅଗ୍ରୱାଲଙ୍କ ମୃତଦେହ ମିଳିଛି। ଅଗ୍ନିଶମ ବିଭାଗର ଅନେକ ଚେଷ୍ଟାରେ ଦୀର୍ଘ ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ପରେ ସୋମବାର ଶବ ଉଦ୍ଧାର ହୋଇଛି। ସୂଚନା ଅନୁସାରେ, ଧର୍ମଗଡ଼ ସହରର ଅମନ ଅଗ୍ରୱାଲ(୨୫)ଙ୍କ ସହିତ ରବିବାର ଅପରାହ୍ନରେ ସାଙ୍ଗ ଅଜିତ ପାଟ୍ଟଯୋଷୀ, ଦେବେଶ ଅଗ୍ରୱାଲ ଓ ପ୍ରଭୂଦତ୍ତ ବେହେରା ପର୍ଯ୍ୟଟନ ସ୍ଥଳୀ ଡୋକରୀ ଚଞ୍ଚରାକୁ ବୁଲିବାକୁ ଆସିଥିଲେ। ଏଠାରେ ଥିବା ଡୋକରୀଦର ଝରଣାର ଗଭୀର ପାଣି ଭିତରେ ୪ଜଣ ସାଙ୍ଗ ଗାଧୋଉ ଥିବାବେଳେ ଅମନ ପାଣି ଭିତରେ ବୁଡ଼ି ଯାଇଥିଲା। ତେବେ ତାଙ୍କୁ ଉଦ୍ଧାର କରିବା ପାଇଁ ସାଥୀରେ ଥିବା ସାଙ୍ଗମାନେ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ। ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଆମପାଣି ଥାନା ପୁଲିସ ଓ କୋକସରା ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଝରଣାର ଗଭୀର ପାଣି ଭିତରେ ଖୋଜାଖୋଜି ଆରମ୍ଭ କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ। ସୋମବାର ସକାଳୁ ଧର୍ମଗଡ଼ ଉପ ଜିଲ୍ଲାପାଳ ବେଦ ଭୁଷଣ, ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ କୁମାର ଚୋପଦାର, ଆମପାଣି ଥାନା ଅଧିକାରୀ ଚତୁର୍ଭୁଜ ନାଏକ, ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କ ଉପସ୍ଥିତରେ ପୁଣି ଥରେ ଭବାନୀପାଟଣା ଓ କୋକସରା ଅଗ୍ନିଶମ କର୍ମଚାରୀ ମାନେ ଖୋଜା ଖୋଜି ଆରମ୍ଭ କରିଥିବାବେଳେ ଦୀର୍ଘ ୨୪ ଘଣ୍ଟା ପରେ ଶବ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ଶବ ଜବତ୍ କରି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ଏନେଇ ଆମପାଣି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଥାନା ଅଧିକାରୀ ଚତୁର୍ଭୁଜ ନାଏକ ସୂଚନା ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.