ଆଇପିଏଲ ଟ୍ରଫି ଜିତି ଅବସର ବାବଦରେ ପ୍ରତିକ୍ରିୟା ରଖିଲେ ଧୋନୀ

ଓଡ଼ିଆ ବାର୍ତ୍ତା/ ଅହମଦାବାଦ: ଗୁଜରାଟ ଟାଇଟନ୍ସ ବିପକ୍ଷରେ ଅନ୍ତିମ ବଲରେ ମ୍ୟାଚ ଜିତିଥିବା ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜ ଅବସର ବାବଦରେ ସ୍ପଷ୍ଟ କରିଛନ୍ତି। ଚଳିତଥର ଟ୍ରଫି ଜିତିଲେ ଧୋନୀ ଆଇପିଏଲରୁ ଅବସର ନେବେ ବୋଲି ତାଙ୍କ ପ୍ରଶଂସକମାନେ ଆକଳନ କରୁଥିଲେ। ମ୍ଯାଚ ଜିତିବା ପରେ ସମସ୍ତ ଖେଳାଳି ମଧ୍ୟ ଧୋନୀଙ୍କ ପାଖକୁ ଯାଇ ଖୁସି ହେବା ସହ ଅଟୋଗ୍ରାଫ ମଧ୍ୟ ନେଉଥିଲେ। ମ୍ୟାଚ ଜିତାଇଥିବା ରବୀନ୍ଦ୍ର ଜାଡେଜା ମଧ୍ୟ ନିଜ ପ୍ରତିକ୍ରିୟାରେ କହିଥିଲେ, ଆମେ ଧୋନୀଙ୍କ ପାଇଁ ମ୍ଯାଚ ଖେଳୁ। ସେ ଦଳର ନେତୃତ୍ୱ ନିଅନ୍ତି। ତେବେ ଟ୍ରଫି ନେବା ପୂର୍ବରୁ ଏ ବାବଦରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି କହିଛନ୍ତି ଧୋନୀ। ସେ ତାଙ୍କ ସମର୍ଥକଙ୍କ ଭଲ ପାଇବା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହାବାଦ ଅବସର ବାବଦରେ କହିଛନ୍ତି, ଆସନ୍ତାଥରକୁ ମଧ୍ୟ ପୁଣିଥରେ ଆଇପିଏଲ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି। ସେ ଅବସର ନେବା ତାଙ୍କ ଶରୀରର ଫିଟନେସ ଉପରେ ନିର୍ଭର କରେ ବୋଲି କହିଛନ୍ତି। ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ମୋଟ୍ ୫ ଥର ଆଇପିଏଲ ଜିତିଥିବା ବେଳେ ମୁମ୍ବାଇ ମଧ୍ୟ ଥର ଜିତିଛି। ତେଣୁ ଆସନ୍ତା ଆଇପିଏଲ ପୁଣିଥରେ ଚେନ୍ନାଇକୁ ଜିତାଇ ନିଜ ନାକୁ ସ୍ୱର୍ଣ୍ଣାକ୍ଷର ଲେଖିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.