ନର୍ଲାରେ ଗର୍ଜିଲେ ପାଚିକା ସହାୟିକା ସଂଘ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପାଚିକା ସହାୟିକା ସଂଘ ସେମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଜି ମଙ୍ଗଳବାର ୬ ଦଫାର ଏକ ଦାବୀପତ୍ର ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ବାସନ୍ତି ସେଠୀଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଏହି ଦାବୀ ଗୁଡିକ ମଧ୍ୟରେ ପାଚିକା ଓ ସହାୟିକା ମାନଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ । ଇପିଏଫ ଇଏସଆଇସି ଲାଗୁ କରିବା ସହିତ ସାମାଜିକ ସୁରକ୍ଷା ପ୍ରଦାନ କରିବାଇ । ବର୍ଷକୁ ୧୦ ମାସ ପରିବର୍ତ୍ତେ ୧୨ ମାସର ଦରମା ପ୍ରଦାନ । କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କଲେ ପାଞ୍ଚ ଲକ୍ଷ ଟଙ୍କା ସହାୟତା ପ୍ରଦାନ । ସମସ୍ତଙ୍କ ପାଇଁ ବୀମା ଓ ଅବସରକାଳୀନ ଭତ୍ତା ପ୍ରଦାନ । ଛୋଟେଇ ପାଚିକା ମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ । ଏହି ୬ ଗୋଟି ଦାବୀ ନେଇ ନର୍ଲା ପାଚିକା ସହାୟିକା ସଭାନେତ୍ରୀ ବିମଳା ଗୌଡ଼ ଓ ସମ୍ପାଦିକା ଧରିତ୍ରୀ ସାହୁଙ୍କ ନେତୃତ୍ୱରେ ନର୍ଲା ବ୍ଲକ ଅଂଚଳରେ ରହିଥିବା ୪୦୭ ଜଣ ପାଚିକାମାନେ ନର୍ଲା ଚାରିଛକରୁ ଏକ ଭବ୍ୟ ରାଲିରେ ବିଭିନ୍ନ ନାରାଦେଇ ବ୍ଲକକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଏଥିରେ ଭାରତୀୟ ମଜଦୁର ସଂଘର କଳାହାଣ୍ଡି ଓ ନୂଆପଡା ପ୍ରଭାରୀ ବିରଞ୍ଚି ନାରାୟଣ ପଣ୍ଡା, ସଂଗଠନ ସମ୍ପାଦକ ସୁରେନ୍ଦ୍ର ମୋହନ କର, କଳାହାଣ୍ଡି ଜିଲ୍ଲା ସମ୍ପାଦକ ବିଶ୍ବରଞ୍ଜନ ସା ପ୍ରମୁଖ ସହଯୋଗ କରିଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.