ବୋଲ୍ଡ ଫଟୋ ପୋଷ୍ଟ କରି ଚାକିରି ହରାଇଲେ ଯୁବତୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବୋଲ୍ଡ ଫଟୋ ପୋଷ୍ଟ କରି ଚାକିରୀ ହରାଇଲେ ଯୁବତୀ । ଦକ୍ଷିଣ ଆମେରିକାର କମ୍ବଲି ନାମକ ଜଣେ ୨୬ ବର୍ଷୀୟା ଯୁବତୀ ଦକ୍ଷିଣ ଆମେରିକାର ଚିଲି ବାୟୁସେନାରେ ଚାକିରି କରିଥିଲେ । ସେ ତାଙ୍କ ‌‌ସୋସିଆଲ୍‌ ମିଡିଆ ହ୍ୟାଣ୍ଡେଲ୍‌ରେ ଅଧିକାଂଶ ସମୟରେ ବିକିନି ପରିଧାନ କରି ଫଟୋ ପୋଷ୍ଟ୍‌ କରିଥାନ୍ତି । ନିଜର ବୋଲ୍ଡ ଫଟୋ ପୋଷ୍ଟ କରି ଚର୍ଚ୍ଚାକୁ ଆସିଥିଲେ । ଏଥିପାଇଁ ତାଙ୍କୁ ଚାକିରି ଛାଡ଼ିବାକୁ ବି ବାଧ୍ୟ କରାଯାଇଥିଲା। ତାଙ୍କର ଏପରି ପୋଷାକ ପରିଧାନକୁ ନେଇ ଅଫିସର ଭାବମୂର୍ତ୍ତି ଖରାପ ହେଉଛି ବୋଲି କୁହାଯିବା ପରେ ସେ ଚାକିରି ଛାଡ଼ିଦେଇଥିଲେ । ଚାକିରି ଛାଡ଼ିବା ପରେ ସେ ଜଣେ ଆଡଲଟ ମଡେଲ ଭାବେ ଆଗକୁ ନିଜ କ୍ୟାରିୟର ଗଢ଼ିବାକୁ ଚାହୁଁଛନ୍ତି । ସେ କହିଛନ୍ତି କି ଚାକିରି  ଛାଡ଼ିବା ପରେ ସେ ସ୍ଵାଧୀନ ଅନୁଭବ କରୁଛନ୍ତି । ଏଥିସହ ନିଜ ଇଛା ଅନୁସାରେ ପୋଷାକ ପିନ୍ଧି ପାରୁଛନ୍ତି । ତାଙ୍କ ମତରେ ନିଜର ସୌନ୍ଦର୍ଯ୍ୟତାକୁ ପ୍ରଦର୍ଶନ କରିବା କୌଣସି ପାପ ନୁହେଁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.