ବିମାନ ଯାତ୍ରା ପୂର୍ବରୁ ଯାତ୍ରୀଙ୍କ ଶରୀରର ଓଜନ ହେବ, ଜାଣନ୍ତୁ କାହିଁକି?

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବିମାନରେ ଚଢିବା ପୂର୍ବରୁ ଯାତ୍ରୀଙ୍କ ଶରୀରର ଓଜନ କରାଯିବ। ଲଗେଜ ବା ବ୍ୟାଗ ଆଦିର ଓଜନ ହେଉଥିବା ବେଳେ ଏବେ ଯାତ୍ରୀଙ୍କ ଶରୀରର ଓଜନ ମାପିବାକୁ ନିଷ୍ପତ୍ତି ନେଇଛି ନ୍ୟୁଜିଲାଣ୍ଡର ଏକ ବିମାନ କମ୍ପାନୀ। ଜୁଲାଇ ୨ରୁ ଏୟାର ନ୍ୟୁଜିଲାଣ୍ଡ ଅକଲାଣ୍ଡ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଅନ୍ତର୍ଜାତୀୟ ବିମାନରେ ଯାଉଥିବା ଯାତ୍ରୀଙ୍କୁ ଓଜନ କରିବା ପାଇଁ ନିଷ୍ପତ୍ତି ନେଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ସିଏନ୍ଏନ୍ ରିପୋର୍ଟ କରିଛି। ଏହି ଯାତ୍ରୀ ଓଜନ ସର୍ବେକ୍ଷଣ ଜରିଆରେ ନିଜ ବିମାନ ପାଇଁ ଓଜନ ବୋଝ ଓ ବିତରଣ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବାକୁ ଏୟାରଲାଇନ୍ସ ଲକ୍ଷ୍ୟ ରଖିଛି। ହାରାହାରି ଗ୍ରାହକ ଓଜନ ନିର୍ଦ୍ଧାରଣ କରିବା ପାଇଁ ଏହି ପଦକ୍ଷେପକୁ ଅତ୍ୟାବଶ୍ୟକ ମନେ କରାଯାଉଛି, ଯାହା ଉଡ଼ାଣ ପୂର୍ବରୁ ପାଇଲଟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ବୋଲି କୁହାଯାଉଛି। ସର୍ଭେ କରିବା ପାଇଁ ବିମାନବନ୍ଦରରେ ଥିବା ପ୍ରବେଶ ପଥର ଗେଟର ଦୁଇଟି ଓଜନ ମାପକ ଯନ୍ତ୍ରର ବ୍ୟବସ୍ଥା କରାଯିବ। ଯାତ୍ରୀମାନଙ୍କୁ ସେମାନଙ୍କ ଓଜନ ମାପିବା ପାଇଁ ପାଦରେ ବିନା ଜିନିଷ ପତ୍ରରେ ଛିଡା ହେବେ। ସେହିପରି ସେମାନଙ୍କ ଲଗେଜ୍କୁ ଅଲଗା ଓଜନ ପାଇଁ ଅନ୍ୟ ଏକ ମାପ ଯନ୍ତ୍ରରେ ଓଜନ ହେବେ। ଏୟାର ନ୍ୟୁଜିଲାଣ୍ଡ ଯାତ୍ରୀଙ୍କୁ ଆଶ୍ୱାସନା ଦେଉଛି ଯେ ବିମାନ ବନ୍ଦରରେ ସେମାନଙ୍କ ଓଜନ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ ହେବ ନାହିଁ। ସଂଗୃହିତ ତଥ୍ୟକୁ ଯାତ୍ରୀ,ବିମାନର କ୍ରିଉ ଏବଂ କ୍ୟାବିନ୍ ବ୍ୟାଗ୍ଗୁଡ଼ିକର ହାରାହାରି ଓଜନ ନିର୍ଦ୍ଧାରଣ କରିବା ପାଇଁ ବ୍ୟବହାର କରାଯିବ। ଏହି ପଦକ୍ଷେପ ନ୍ୟୁଜିଲାଣ୍ଡର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ (ସିଏଏ) ର ଏକ ଆବଶ୍ୟକତା, ଏବଂ ଏୟାର ନ୍ୟୁଜିଲାଣ୍ଡ ଏହାକୁ ଜୁନରୁ ଜୁଲାଇ ମଧ୍ୟରେ ଆରମ୍ଭ କରିବାକୁ ଯୋଜନା କରିଛି। ଏହି ସର୍ବେକ୍ଷଣର ପ୍ରଭାବଶାଳୀତାକୁ ସୁନିଶ୍ଚିତ କରିବା ପାଇଁ ଆସନ୍ତା ପାଞ୍ଚ ସପ୍ତାହ ମଧ୍ୟରେ ଅତିକମରେ ୧୦ ହଜାର ଜଣଙ୍କୁ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.