ବାଲିଗୁଡ଼ାରେ ବାଘ ଆତଙ୍କ ଗୁଜବ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବାଲିଗୁଡ଼ା ବନାଞ୍ଚଳରେ ବାଘ ଆତଙ୍କ ଗୁଜବ ସୃଷ୍ଟି ହୋଇଥିଲା । ବାଲିଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବଡ଼ଗାଁ କନ୍ୟାଶ୍ରମ ପଛ ପଟେ ଏକ ଅଜଣା ଜନ୍ତୁର ପାଦ ଚିହ୍ନ ଦେଖି ଅଞ୍ଚଳବାସୀଙ୍କ ମନରେ ଛନକା ପଶିଥିଲା । ଏହା କୌଣଶି ବାଘର ପାଦ ଚିହ୍ନ ହୋଇଥାଇପାରେ ବୋଲି ଚର୍ଚ୍ଚା ଯୋର୍ ଧରିଥିଲା । ଅଞ୍ଚଳବାସୀଙ୍କ ନିକଟରୁ ଖବରପାଇ ବାଲିଗୁଡ଼ା ବନାଞ୍ଚଳ ଅଧିକାରୀ ଉଦିତ୍ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରାତି ତମାମ ସମ୍ପୃକ୍ତ ଅଞ୍ଚଳରେ ପେଟ୍ରୋଲିଂ ଜାରି ରଖିଥିଲେ । ଏହାପରେ ମିଳିଥିବା ପାଦ ଚିହ୍ନ କୌଣଶି ବାଘର ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରଧାନ । ଅନ୍ୟପଟେ ଗୁଜବରୁ ଦୁରେଇ ରହିବା ପାଇଁ ପରାମର୍ଶ ଦେବା ସହ ବନ ବିଭାଗକୁ ସହଯୋଗ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ବନାଞ୍ଚଳ ଅଧିକାରୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.