ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ହସ୍ତକ୍ଷେପ ଯୋଗୁଁ କର୍କଟ ରୋଗୀଙ୍କୁ ସାହାଯ୍ୟର ହାତ ବଢେଇଲା ଜିଲ୍ଲା ପ୍ରଶାସନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: ଭବାନୀପାଟଣା ସଦର ବ୍ଲକ ବୋର୍ଡ ଗାଁର ରୂପଧର ତାଣ୍ଡି କର୍କଟ ରୋଗରେ ପୀଡ଼ିତ ହୋଇ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ବିଜୁସ୍ଵାସ୍ଥ୍ୟ ବୀମା କାର୍ଡର ପାଞ୍ଚ ଲକ୍ଷ ସରିଗଲା। ରୂପଧର ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ ଘରେ ବୁଢୀ ମା, ଛୋଟିଆ ପୁଅ ଓ ସ୍ତ୍ରୀକୁ ନେଇ ତାଙ୍କର ସଂସାର । ସେ ଜଣେ ହିଁ ପରିବାରର ରୋଜଗାର କ୍ଷମ ବ୍ୟକ୍ତି । ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ଏକ ପ୍ରତିନିଧି ଦଳ; ଉପଦେଷ୍ଟା ବିଜୟରାଜ ଶିକ୍ଷା, ସାଧାରଣ ସମ୍ପାଦକ ଯତୀନ୍ଦ୍ର କର, ସମ୍ପାଦକ ଜୟପ୍ରକାଶ ଜାଲ ପ୍ରମୁଖ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀଙ୍କୁ ଭେଟିବାରୁ ସାହାଯ୍ୟର ହାତ ବଢେଇଲା ଜିଲ୍ଲା ପ୍ରଶାସନ । ରୂପାଧର ତାଣ୍ଡିଙ୍କୁ ୩୦,୦୦୦ ଟଙ୍କାର ଆର୍ଥିକ ସହଯୋଗ ସହ ତାଙ୍କୁ ସବୁ ପ୍ରକାରର ସରକାରୀ ଚିକିତ୍ସା ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶୃତି ଦେଇଥିବା ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.