କଳାହାଣ୍ଡିର ମହିଳାଙ୍କୁ ରକ୍ତଦାନ କରିବାକୁ ଛୁଟି ଆସିଲେ ରାୟଗଡ଼ା ଜିଲ୍ଲା ଡିମିରିଗୁଡାର ସମିତି ସଭ୍ୟ ପବିତ୍ର ହିକକା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇଛନ୍ତି ରାୟଗଡ଼ା ଜିଲ୍ଲା ଡିମିରିଗୁଡା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପବିତ୍ର ମୋହନ ହିକକା । ସୂଚନା ଅନୁଯାୟୀ, ନର୍ଲା ବ୍ଲକ ଅନ୍ତର୍ଗତ ଜୁରକାଭଟା ଗ୍ରାମର ଜୋସ୍ନା ବିଭାର କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଏ ପଜିଟିଭ (A+ve) ରକ୍ତର ଆବଶ୍ୟକତା ଥିଲା । ଏହି ସମୟରେ ଯୁବ ସମାଜ ସେବୀ ନରେନ୍ଦ୍ର ନାଏକ ଯୋଗାଯୋଗ କରିବାରୁ ରାୟଗଡ଼ା ଜିଲ୍ଲା ଡ଼ିମିରିଗୁଡା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପବିତ୍ର ମୋହନ ହିକକା ରକ୍ତ ଦାନ କରିବାକୁ ସମ୍ମତି ପ୍ରଦାନ କରିଥିଲେ । ଏହାପରେ ଶ୍ରୀ ହିକକା ରାୟଗଡ଼ା ଜିଲ୍ଲାରୁ କଳାହାଣ୍ଡି ଆସି ନିଜର ରାକ୍ତ ଦାନ କରିଥିଲେ । ଜଣେ ମହିଳାଙ୍କୁ ରକ୍ତଦେଇ ଜୀବନ ବଞ୍ଚେଇଥିବରୁ ପବିତ୍ର ହିକକାଙ୍କର ଏହି କାର୍ଯ୍ୟକୁ ସମସ୍ତେ ବେଶ ପ୍ରଶଂସା କରିଛନ୍ତି । ଏହି ସମୟରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ କଳାହାଣ୍ଡି ଜିଲ୍ଲା ସଂଯୋଜକ ଅମିତ ଯାଦବ ଓ ଭଟାଙ୍ଗ ପଦର ସମିତି ସଭ୍ୟ ରୂପେନ୍ଦ୍ର ଛତ୍ରିଆ  ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ରକ୍ତଦାତା ଶ୍ରୀ ହିକକା ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଜଗନ୍ନାଥ ସିକକାଙ୍କ ସଂପର୍କୀୟ ପୁତୁରା ବୋଲି ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.