ପୃଥିବୀକୁ ରୋଗୀଣା କରି ସାରିଲେଣି ମଣିଷ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପୃଥିବୀ ଏବେ ହୋଇଛି ଅସୁସ୍ଥ । ଆଉ ଏଥିପାଇଁ ମଣିଷ ଦାୟୀ ବୋଲି ଆର୍ଥ କମିଶନ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଆନ୍ତର୍ଜାତୀୟସ୍ତରର ପ୍ରକୃତି ଓ ସାମାଜିକ ବୈଜ୍ଞାନିକମାନଙ୍କୁ ନେଇ ଏହି କମିଶନ ଗଠିତ ହୋଇଛି । ୮ଟି ପର୍ଯ୍ୟାୟରୁ ୭ଟି ବିପଦକୁ ଆମେ ଅତିକ୍ରମ କରି ସାରିଲେଣି । ଆଗାମୀ ପିଢ଼ୀ ଅନେକ ଅସୁବିଧାରେ ସମ୍ମୁଖୀନ ହେବେ ବୋଲି ରିପୋର୍ଟରେ ଦର୍ଶାଯାଇଛି । କେବଳ ମଣିଷ ନୁହେଁ ଧରାପୃଷ୍ଠରେ ବସବାସ କରୁଥିବା ସମସ୍ତ ପ୍ରାଣୀଙ୍କ ପାଇଁ ଏହା ବିପଦ ସୃଷ୍ଟି କରିବ । ଅନ୍ତର୍ଜାତୀୟ ସ୍ତରର ପ୍ରାକୃତି ଓ ସାମଜିକ ବୈଜ୍ଞାନିକମାନଙ୍କୁ ନେଇ ଗଠିତ ଆର୍ଥ କମିଶିନ ତା’ ରିପୋର୍ଟରେ କହିଛି ଯେ ମାନବ ସମାଜ ଏବେ ବିଶାଳ ଓ ବଡ଼ ବଡ଼ ରିସ୍କ ନେବାରେ ଲାଗିଛି। ବିକାଶ ନାଁରେ ପୃଥିବୀକୁ କ୍ଷତି ପହଞ୍ଚାଇବାରେ ଲାଗିଛି । ମଣିଷମାନଙ୍କର ଏପରି ଆଭିମୁଖ୍ୟ ଭିବଷ୍ୟତ ପିଢ଼ି ଓ ପୃଥିବୀରେ ବସବାସ କରୁଥିବା ସମସ୍ତ ଜୀବସତ୍ତା ପ୍ରତି ବିପଦ ସୃଷ୍ଟି କରିବାରେ ଲାଗିଛି । ଜର୍ଣ୍ଣାଲ ନେଚରରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ମଣିଷ ସମାଜ ଏବେ ମହାପ୍ରଳୟ ଆଡ଼କୁ ଟାଣି ହୋଇଗଲାଣି ।  ମଣିଷର ଚାପ ଯୋଗୁ ପୃଥିବୀର ସ୍ଥିର ବ୍ୟବସ୍ଥା ଅସ୍ଥିର ବାତାବରଣ ମଧ୍ୟକୁ ଠେଲି ହୋଇଯାଉଛି । ପରିବେଶ, ବାୟୁ ପ୍ରଦୂଷଣ, ଫସଫରସ ଓ କୀଟନାଶକର ବହୁଳ ବ୍ୟବହାର ଯୋଗୁ ପାଣିରେ ବଢ଼ୁଥିବା ନାଇଟ୍ରୋଜେନର ଭାଗ, ଗ୍ରାଉଣ୍ଡ ୱାଟର ସପ୍ଲାଏ, ନୂଆ ଭୂତଳ ଜଳ, ପ୍ରାକୃତି ପରିବେଶ ଗଠନ ନ ହେବା ଓ ସର୍ବୋପରି ପ୍ରାକୃତି ଓ ମାନବ ନିର୍ମିତ ପରିବେଶ ଆଦିକୁ ବିଚାରକୁ ନେଇ ଗବେଷକମାନେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। କେବଳ ବାୟୁ ପ୍ରଦୂଷଣ ପୂରା ପୃଥିବୀ ପ୍ରତି ବିପଦ ସୃଷ୍ଟି କରୁ ନଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.