ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ମହାନଦୀ ଧାରା ଯୁକ୍ତଦୁଇ କଳାର ରିଜଲ୍ଟକୁ ନେଇ ପୁନଶ୍ଚ ଗୈାରବ ଆଣିଛି। ଗତ ପାଞ୍ଚ ବର୍ଷ ଧରି ଏହି ଅନୁଷ୍ଠାନର ଛାତ୍ରଛାତ୍ରୀ ସର୍ବୋତ୍ତମ ସଫଳତା ଦେଇ ଆସୁଥିବାବେଳେ ଚଳିତ ବର୍ଷ ମଧ୍ୟ ଏହି ଅନୁଷ୍ଠାନର ୪୯ ଜଣ ଛାତ୍ରଛାତ୍ରୀ ଉଚ୍ଚ ମାର୍କ ସହ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ସଫଳତା ଜିଲ୍ଲାର ଶିକ୍ଷାନୁଷ୍ଠାନ ମଧ୍ୟରେ ଏକ ସର୍ବାଧିକ ପ୍ରଥମ ଶ୍ରେଣୀ ପାଇଥିବା ଅନୁଷ୍ଠାନ ଭାବରେ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।
ଛାତ୍ରଛାତ୍ରୀଙ୍କ କଠିନ ପରିଶ୍ରମ ଏବଂ ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକାଙ୍କ ପ୍ରଚେଷ୍ଟା ତଥା ପ୍ରତିଷ୍ଠାତା ପ୍ଲାବନ ମହାପାତ୍ର ଙ୍କ କ୍ରମାଗତ ଉଦ୍ୟମ ଯୋଗୁଁ ଅନୁଷ୍ଠାନ ଏପରି ସଫଳତା ପାଇପାରିଥିବା ଅଭିଭାବକ ମହଲରେ ମତ ପ୍ରକାଶ ପାଇଛି। ଚଳିତ ବର୍ଷ ସଫଳତା ହାସଲ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମହାନଦୀଧାରା ଅନୁଷ୍ଠାନ ତରଫରୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କର ଉଜ୍ବଳ ଭବିଷ୍ୟତ କାମନା କରାଯାଇଛି ।