ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ପୋଲିସ ଆଜି ଜଣେ ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ ଦେହ ଉଦ୍ଧାର କରିଛି। କୋକସରା ଥାନା ରେଙ୍ଗାଳପାଲି ଗାଁ ନିକଟରେ ଥିବା ଏକ ଗଛରେ ଗ୍ରାମର ଯୁବକ ଜୟପତି ମାଝୀଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି। ଯୁବକଙ୍କ ଶରୀରରେ ଅନେକ କ୍ଷତ ସହ ରକ୍ତ ଛିଟା ରହିଛି, ଯାହାକୁ ନେଇ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। କୋକସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।