ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ବୁରାଟ କ୍ଲଷ୍ଟରର ଘଣ୍ଟମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଘଣ୍ଟମାଲ ସରପଞ୍ଚ ଦେବେନ୍ଦ୍ର ସା ଯୋଗଦାନ କରି ରାଜ୍ୟ ସରକାର ସମସ୍ତେ ପଢିବେ ଶ୍ଲୋଗାନ ଦେଇ ଏହାକୁ କେମିତି ଫଳପ୍ରଦ କରୁଛନ୍ତି ସେ ବିଷୟରେ ମାର୍ଗଦର୍ଶନ ଦେଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଶାନ୍ତପୁର ସମିତି ସଦସ୍ୟ ଜୟ ମେହେର ସମ୍ମାନୀତ ଅତିଥି ଭାବରେ ମଞ୍ଚସୀନ ରହି ମାର୍ଗଦର୍ଶନ ଦେବା ସହ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିବିକ୍ରମ ଷଢଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା କୁନ୍ତୀ ମାଝୀ, ସଦସ୍ୟା ଚିନ୍ତ ମାଝୀ ଓ ଅନ୍ୟ ସଦସ୍ୟ/ସଦସ୍ୟା ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆ ଯାଇଥିବା ମାଗଣା ସ୍କୁଲ ୟୁନିଫର୍ମ ବଣ୍ଟନ କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ତ୍ରିବିକ୍ରମ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ସଂଚାଳନ କରିଥିବାବେଳେ ଶିକ୍ଷୟିତ୍ରୀ ଅମ୍ବିକା ପଣ୍ଡା, ରେଖା ଖେତନ, ଗୁଣ୍ଡିଚାରାଣୀ ବାଡ଼ତ୍ୟା, ଜୟଶ୍ରୀ ଗୋଛାୟତ ପ୍ରମୁଖଙ୍କ ସମେତ ପାଚିକା ଓ ସହାୟିକା ମଧ୍ୟ ପୋଷାକ ବଣ୍ଟନରେ ସହଯୋଗ କରିଥିଲେ । ଏଥିରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ/ସଦସ୍ୟା ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଥମ ରୁ ପଞ୍ଚମ ଶ୍ରେଣୀର ୪୦ ଜଣ ଓ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ୧୦୦ ଜଣ, ଏଭଳି ମୋଟ ୧୪୦ ଜଣ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ଲେଖାଏଁ ପୋଷାକ ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ପୋଷାକର ମାନ ଉତ୍ତମ ରହିଛି ବୋଲି ଉପସ୍ଥିତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ଅବିଭାବକମାନେ ମତ ପ୍ରକାଶ କରିଛନ୍ତି ।