ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ରେଞ୍ଜରେ ନୂତନ ଭାବେ ଯୋଗଦାନ ଦେଇଛନ୍ତି ରେଞ୍ଜର ଭାରତ ବନ୍ଧୁ ଶବର। ସୋନପୁର ରେଞ୍ଜରେ ବର୍ତ୍ତମାନ ବିଭିନ୍ନ ପ୍ରକାରର ଚାରା ରୋପଣ ସହ ବୃକ୍ଷ ରୋପଣ ପାଇଁ ଜନସଚେତନତା ସୃଷ୍ଟି କରିବା ପାଇଁ ଆହ୍ବାନ ଦେଲେ ଶ୍ରୀଯୁକ୍ତ ଶବର। ଏହି ଅବସରରେ ଆଜିଠାରୁ ୧ ଟଙ୍କାରେ ଚାରା ବିକ୍ରୟ ବ୍ୟବସ୍ଥା କରିଥିବା ସୁଚନା ଦେଇଥିଲେ। ଏବଂ ସୋନପୁର ଫରେଷ୍ଟ କର୍ମଚାରୀ ଓ ସ୍କ୍ୱାର୍ଡ ଟିମକୁ ନେଇ ଆଗକୁ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ସୁଚନା ଦେଇଥିଲେ। କୋଭିଡ ସମୟରେ ଅମ୍ଳଜାନର ଗୁରୁତ୍ୱକୁ ସମସ୍ତେ ଅଙ୍ଗେ ନିଭେଇ ସାରିଛନ୍ତି ତେଣୁ ସମସ୍ତେ ଆସନ୍ତୁ ଗଛ ଲଗେଇ ସୁବର୍ଣ୍ଣପୁର କୁ ସବୁଜ ସୁନ୍ଦର କରିବା ସହିତ ଅମ୍ଳଜାନ ଅଭାବକୁ ଦୂର କରିବା ପାଇଁ ଆହ୍ବାନ ଦେଇଛନ୍ତି।