ଜିଲ୍ଲା ଶିଶୁ ଓ ମାତୃ ଚିକିତ୍ସାଳୟ ପରିସରରେ ଆରମ୍ଭ ହେଲା ମାଗଣା ରନ୍ଧା ଖାଦ୍ୟ ବ୍ୟବସ୍ଥା

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ପ୍ରସୂତି କାଳୀନ ମାତୃ ଓ ଶିଶୁ ଚିକିତ୍ସାଳୟ ପରିସରରେ ଚନ୍ଦ୍ରିକା ସେବା ଟ୍ରଷ୍ଟ ପକ୍ଷରୁ ରୋଗୀ ସମ୍ପର୍କୀୟ ମାନଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ଯୁବ ନେତା ଅମିୟ ରଞ୍ଜନ ଦାସ ଓ ପୂଜା ପଲ୍ଲବିଙ୍କ ଦ୍ବିତୀୟ ବିବାହ ବାର୍ଷିକୀ ଉତ୍ସବ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ବନ ବିଭାଗର ଏସିଏଫ୍ ପ୍ରଫୁଲ୍ଲ କୁମାର ଧରୂଆ, ସୋନପୁର ବନାଞ୍ଚଳ ଅଧିକାରୀ ଭରତ ବନ୍ଧୁ ସାବତ, ସୋନପୁର ଥାନା ଅଧିକାରୀ ପଦ୍ମାସିନି ମେହେର ପ୍ରମୁଖ ଅତିଥିଭାବେ ଯୋଗଦେଇ ରୋଗୀ ସମ୍ପର୍କୀୟ ମାନଙ୍କୁ ଖାଦ୍ୟ ପରସିଥିଲେ । ତା’ ସହ ଅତିଥି ମାନେ ନିଜେ ଖାଦ୍ୟ ଖାଇ ଖାଦ୍ୟର ମାନ ଯାଞ୍ଚ କରିଥିଲେ । ସେହିପରି ମେଡ଼ିକାଲ ଅଧୀକ୍ଷକ ଡାକ୍ତର ଦୁର୍ଗା ଦତ୍ତ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମ୍ୟାନେଜର ଦେବସ୍ମିତା ପ୍ରିୟଦର୍ଶିନୀ ଯୋଗଦେଇ ଖାଦ୍ୟ ପରସି ଥିଲେ । ଏହି ଅବସରରେ ବ୍ୟାପକ ବୃକ୍ଷ ରୋପଣ କରିବାକୁ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅତିଥି ମାନଙ୍କୁ ଗୋଟିଏ ଲେଖାଏଁ ଗଛ ପ୍ରଦାନ କରାଯାଇଥିବା ଜଣା ପଡିଛି। ଚନ୍ଦ୍ରିକା ସେବା ଟ୍ରଷ୍ଟ ପକ୍ଷରୁ ପ୍ରତି ରବିବାର ଡାକ୍ତରଖାନା ପରିସରରେ ରୋଗୀ ସମ୍ପର୍କୀୟ ମାନଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉ ଥିବାବେଳେ ଆଜି ପ୍ରଥମ ଥର ପାଇଁ ମାତୃ ଓ ଶିଶୁ ଚିକିତ୍ସାଳୟ ପରିସରରେ ଖାଦ୍ୟ ବଣ୍ଟନ କରାଯାଇଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ବଣ୍ଟୁ ଅଗ୍ରୱାଲ, ଉପସଭାପତି ସନ୍ତୋଷ କୁମାର ମିଶ୍ର, ସମ୍ପାଦକ ନାରାୟଣ ରଥଙ୍କ ସହିତ ଟ୍ରଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.